Luke 9:11 — Compare Translations
7 translations compared side by side
Odia - 1840
"କିନ୍ତୁ ଯୀଶୁ କେଉଁଠାକୁ ଗଲେ ଏହା ଲୋକମାନେ ଜାଣି ପାରିଲେ। ସମାନେେ ତାହାଙ୍କର ଅନୁସରଣ କଲେ। ଯୀଶୁ ସମାନଙ୍କେୁ ସ୍ବାଗତ କଲେ ଏବଂ ସମାନଙ୍କେୁ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ଶିକ୍ଷା ଦେଲେ। ସେ ରୋଗୀମାନଙ୍କୁ ସୁସ୍ଥ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଲୋକସମୂହ ତାହା ଜାଣି ତାହାଙ୍କର ପଶ୍ଚାଦ୍ଗମନ କଲେ; ପୁଣି, ସେ ସଦୟ ହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ଵରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ପ୍ରୟୋଜନ ଥିଲା, ସେମାନଙ୍କୁ ସୁସ୍ଥ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଯେତେବେଳେ ଜନତା ଏ ବିଷୟରେ ଶୁଣିଲେ, ସେମାନେ ତାଙ୍କ ପଛରେ ଗଲେ। ସେ ସେମାନଙ୍କୁ ସ୍ୱାଗତ ଜଣାଇଲେ, ଈଶ୍ୱରଙ୍କ ରାଜ୍ୟ ବିଷୟରେ ସେମାନଙ୍କୁ କହିଲେ ଓ ଯେଉଁମାନଙ୍କ ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଯୀଶୁ କେଉଁଠାକୁ ଗଲେ ଏହା ଲୋକମାନେ ଜାଣି ପାରିଲେ। ସେମାନେ ତାହାଙ୍କର ଅନୁସରଣ କଲେ। ଯୀଶୁ ସେମାନଙ୍କୁ ସ୍ୱାଗତ କଲେ ଏବଂ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେଲେ। ସେ ରୋଗୀମାନଙ୍କୁ ସୁସ୍ଥ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଲୋକସମୂହ ତାହା ଜାଣି ତାହାଙ୍କର ପଛେ ପଛେ ଗଲେ; ପୁଣି, ସେ ସଦୟ ହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ବରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଲୋକସମୂହ ତାହା ଜାଣି ତାହାଙ୍କର ପଛେ ପଛେ ଗଲେ; ପୁଣି, ସେ ସଦୟହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ୱରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆ ಆಯ್ಕಲ್ಲಿ ಲೊಕಾಂಚೊ ತಾಂಡೊ ಜೆಜುಚ್ಯಾ ಫಾಟ್ನಾ ಯೆಲಿ. ತೆನಿ ತೆಂಕಾ ಬಲ್ವುಲ್ಯಾನ್, ಅನಿ ದೆವಾಚ್ಯಾ ರಾಜಾಚ್ಯಾ ವಿಶಯಾತ್ ತೆಂಚೆಕ್ಡೆ ಬೊಲ್ಲ್ಯಾನ್. ಅನಿ ಆರಾಮ್ ಹೊತಲಿ ಗರಜ್ ಹೊತ್ತ್ಯಾಕ್ನಿ ಆರಾಮ್ ಕರ್ಲ್ಯಾನ್.