Luke 9:12 — Compare Translations
7 translations compared side by side
Odia - 1840
"ଅପରାହ୍ନର ବିଳମ୍ବିତ ପ୍ରହର ରେ ବାରଜଣ ଯାକ ପ୍ ରରେିତ ଯୀଶୁଙ୍କ ପାଖକୁ ଆସି କହିଲେ, ଏ ସ୍ଥାନଟି ନିର୍ଜ୍ଜନ ଅଟେ। ଆପଣ ଲୋକମାନଙ୍କୁ ବିଦାୟ କରିଦିଅନ୍ତୁ। ସମାନେେ ଆଖପାଖ ଗାଁ ଓ କ୍ଷେତ୍ରକୁ ଯାଇ ବସା ଓ ଖାଦ୍ୟର ବ୍ଯବସ୍ଥା କରନ୍ତୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଇତିମଧ୍ୟରେ ଦିବା ଅବସାନ ହେବାକୁ ଲାଗିଲା; ସେଥିରେ ଦ୍ଵାଦଶ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚତୁର୍ଦ୍ଦିଗର ଗ୍ରାମ ଓ ପଲ୍ଳୀଗୁଡ଼ିକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ନିର୍ଜ୍ଜନ ସ୍ଥାନରେ ଅଛୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ବାର ଶିଷ୍ୟ ତାଙ୍କ ନିକଟକୁ ଆସି କହିଲେ, “ଲୋକମାନଙ୍କୁ ପଠାଇ ଦିଅନ୍ତୁ, ଯେପରି ସେମାନେ ସେ ପାଖରେ ଥିବା ଗ୍ରାମ ଓ ପଲ୍ଲୀ ଅଞ୍ଚଳକୁ ଯାଇ ଖାଇବା ଓ ରହିବା ବ୍ୟବସ୍ଥା କରିବେ, କାରଣ ଏହା ଏକ ନିର୍ଜ୍ଜନ ସ୍ଥାନ।”
Odia Bible ERV 2004 (ପବିତ୍ର ବାଇବଲ)
ଅପରାହ୍ନର ବିଳମ୍ବିତ ପ୍ରହରରେ ବାରଜଣ ଯାକ ପ୍ରେରିତ ଯୀଶୁଙ୍କ ପାଖକୁ ଆସି କହିଲେ, “ଏ ସ୍ଥାନଟି ନିର୍ଜନ ଅଟେ। ଆପଣ ଲୋକମାନଙ୍କୁ ବିଦାୟ କରିଦିଅନ୍ତୁ। ସେମାନେ ଆଖପାଖ ଗାଁ ଓ କ୍ଷେତ୍ରକୁ ଯାଇ ବସା ଓ ଖାଦ୍ୟର ବ୍ୟବସ୍ଥା କରନ୍ତୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଇତିମଧ୍ୟରେ ସନ୍ଧ୍ୟା ହେବାକୁ ଲାଗିଲା; ସେଥିରେ ବାର ଜଣ ଶିଷ୍ୟ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚାରିପାଖ ଗ୍ରାମ ଓ ପଲ୍ଳୀଗୁଡ଼ିକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ଜନଶୂନ୍ୟ ସ୍ଥାନରେ ଅଛୁ।
Odia IRV 2017 (ଓଡିଆ ବାଇବେଲ)
ଇତିମଧ୍ୟରେ ସନ୍ଧ୍ୟା ହେବାକୁ ଲାଗିଲା; ସେଥିରେ ବାର ଜଣ ଶିଷ୍ୟ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚାରିପାଖ ଗ୍ରାମ ଓ ସାଇଗୁଡ଼ିକକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ଜନଶୂନ୍ୟ ସ୍ଥାନରେ ଅଛୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದಿಸ್ ಬುಡುಕ್ ಯೆಲ್ಲ್ಯಾತನ್ನಾ ಬಾರಾ ಜಾನಾ ಶಿಸಾ ಜೆಜುಕ್ಡೆ ಗೆಲಿ, ಅನಿ “ಲೊಕಾಕ್ನಿ ಧಾಡುನ್ ದಿ, ತೆನಿ ಜಾವ್ನ್ ಗಾಂವಾತ್ನಿ, ಅನಿ ಶೆತಾತ್ನಿ ಅಪ್ನಾಕ್ ಜೆವ್ಕ್ ಅನಿ ರಾವ್ಕ್ ಕಾಯ್ತರ್ ಯವಸ್ತಾ ಕರುನ್ ಘೆಂವ್ದಿತ್, ಅದ್ದಿಚ್ ಹ್ಯೊ ಜಾಗೊ ಬಗಟ್ಲ್ಯಾರ್, ಕಡೆಕ್ ಕಾಡುನ್ ಟಾಕಲ್ಲ್ಯಾ ಸಾರ್ಕೊ ಹಾಯ್”, ಮಟ್ಲ್ಯಾನಿ.