Luke 9:16 — Compare Translations

7 translations compared side by side

Odia - 1840
"ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛ ନେଲେ। ସେ ସ୍ବର୍ଗ ଆଡକୁ ଚାହିଁ ଖାଦ୍ୟପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ ଖାଦ୍ୟତକ ଖଣ୍ଡ ଖଣ୍ଡ କରି ତାହାଙ୍କ ଶିଷ୍ଯମାନଙ୍କୁ ଲୋକଙ୍କ ଭିତ ରେ ପରଶି ଦବୋକୁ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେ ସେହି ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଘେନି ସ୍ଵର୍ଗଆଡ଼େ ଊର୍ଦ୍ଧ୍ଵଦୃଷ୍ଟି କରି ସେହିସବୁ ଆଶୀର୍ବାଦ କଲେ, ପୁଣି ଭାଙ୍ଗି ଲୋକସମୂହକୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ପାଞ୍ଚ ରୋଟି ଓ ଦୁଇଟି ମାଛ ନେଲେ ଓ ଉଦ୍ଧ୍ୱର୍କୁ ଦୃଷ୍ଟିପାତ କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା’ପରେ ସେଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ପାଇଁ ଶିଷ୍ୟମାନଙ୍କୁ ଦେଲେ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ନେଲେ। ସେ ସ୍ୱର୍ଗ ଆଡ଼କୁ ଗ୍ଭହିଁ ଖାଦ୍ୟପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ ଖାଦ୍ୟତକ ଖଣ୍ଡ ଖଣ୍ଡ କରି ତାହାଙ୍କ ଶିଷ୍ୟମାନଙ୍କୁ ଲୋକଙ୍କ ଭିତରେ ପରଶି ଦେବାକୁ ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଅନାଇ କରି ସେହିସବୁ ଆଶୀର୍ବାଦ କଲେ, ପୁଣି, ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ, ସେ ସେହି ପାଞ୍ଚଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଅନାଇ କରି ସେହି ସବୁ ଆଶୀର୍ବାଦ କଲେ, ପୁଣି, ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುನ್ ಪಾಚ್ ಭಾಕ್ರಿಯಾ ಅನಿ ದೊನ್ ಮೊಸೊಳ್ಯಾ ಘೆಟ್ಲ್ಯಾನ್,ಅನಿ ವೈರ್ ಸರ್‍ಗಾಕ್ ಬಗುನ್ ತೆ ದಿಲ್ಲ್ಯಾಸಾಟ್ನಿ ದೆವಾಕ್ ಧನ್ಯವಾದ್ ದಿಲ್ಯಾನ್,ಅನಿ ಮೊಡುನ್ ಲೊಕಾಕ್ನಿ ವಾಟಾ ಮನುನ್ ಅಪ್ನಾಚ್ಯಾ ಶಿಸಾನಿಕ್ನಿ ದಿಲ್ಯಾನ್.