Mark 1:31 — Compare Translations
7 translations compared side by side
Odia - 1840
"ଯୀଶୁ ତାହାଙ୍କ ବିଛଣା ନିକଟକୁ ଗଲେ। ଯୀଶୁ ତାହାଙ୍କ ହାତ ଧରି ତାହାଙ୍କୁ ଠିଆ ହାବା ରେ ସାହାୟ୍ଯ କଲେ। ତାହାଙ୍କର ଜ୍ବର ଛାଡିଗଲା ଓ ସେ ସୁସ୍ଥ ହାଇଗେଲେ। ତା'ପରେ ସେ ସମାନଙ୍କେର ପରିଚର୍ୟ୍ଯା କରିବାକୁ ଲାଗିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସେ ପାଖକୁ ଯାଇ ତାଙ୍କ ହସ୍ତ ଧରି ତାଙ୍କୁ ଉଠାଇଲେ, ଆଉ ତାଙ୍କୁ ଜ୍ଵର ଛାଡ଼ିଗଲା, ପୁଣି ସେ ସେମାନଙ୍କ ପରିଚର୍ଯ୍ୟା କରିବାକୁ ଲାଗିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ତାଙ୍କ ନିକଟକୁ ଯାଇ ତାଙ୍କ ହାତ ଧରି ଉଠାଇଲେ। ତାଙ୍କ ଜ୍ୱର ଛାଡ଼ିଗଲା ଏବଂ ସେ ସେମାନଙ୍କର ଆତିଥ୍ୟ କରିବାରେ ଲାଗି ପଡ଼ିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ତାହାଙ୍କ ବିଛଣା ନିକଟକୁ ଗଲେ। ଯୀଶୁ ତାହାଙ୍କ ହାତ ଧରି ତାହାଙ୍କୁ ଠିଆ ହେବାରେ ସାହାଯ୍ୟ କଲେ। ତାହାଙ୍କର ଜ୍ୱର ଛାଡ଼ିଗଲା ଓ ସେ ସୁସ୍ଥ ହୋଇଗଲେ। ତା’ପରେ ସେ ସେମାନଙ୍କର ପରିଚର୍ଯ୍ୟା କରିବାକୁ ଲାଗିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସେ ପାଖକୁ ଯାଇ ତାହାଙ୍କ ହସ୍ତ ଧରି ତାହାଙ୍କୁ ଉଠାଇଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେମାନଙ୍କ ସେବା କରିବାକୁ ଲାଗିଲେ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସେ ପାଖକୁ ଯାଇ ତାଙ୍କ ହସ୍ତ ଧରି ତାଙ୍କୁ ଉଠାଇଲେ, ଆଉ ତାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେମାନଙ୍କ ସେବା କରିବାକୁ ଲାଗିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು, ತಿ ನಿಜಲ್ಲ್ಯಾಕ್ಡೆ ಗೆಲೊ, ಅನಿ ತಿಕಾ ಹಾತಾಕ್ ಧರುನ್ ಉಟ್ವುನ್ ಬಸ್ವುಲ್ಯಾನ್. ತನ್ನಾ ತಾಬೊಡ್ತೊಬ್ ತಿಚೊ ತಾಪ್ ಗೆಲೊ, ಅನಿ ತಿ ಉಟುನ್ ತೆಂಚಿ ಸೆವಾ ಕರುಕ್ ಲಾಗ್ಲಿ.