Mark 10:1 — Compare Translations

7 translations compared side by side

Odia - 1840
"ତା'ପରେ ଯୀଶୁ ସେ ସ୍ଥାନ ଛାଡି ଦେଲେ। ସେ ୟିହୂଦା ଅଞ୍ଚଳ ଓ ୟର୍ଦ୍ଦନ ନଦୀର ଅପର ପାରିକୁ ଗଲେ। ପୁଣି ବହୁତ ଲୋକ ତାହାଙ୍କ ପାଖ ରେ ଜମା ହାଇଗେଲେ। ସବୁ ସମୟ ଭଳି ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ସେହି ସ୍ଥାନରୁ ପ୍ରସ୍ଥାନ କରି ଯିହୁଦା ସୀମା ଓ ଯର୍ଦ୍ଦନର ପରପାରିକି ଆସିଲେ; ଆଉ ଲୋକସମୂହ ପୁନର୍ବାର ତାହାଙ୍କ ନିକଟରେ ଏକତ୍ର ହୁଅନ୍ତେ, ସେ ନିଜ ରୀତି ଅନୁସାରେ ସେମାନଙ୍କୁ ପୁଣି ଶିକ୍ଷା ଦେବାକୁ ଲାଗିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପରେ ଯୀଶୁ ଯର୍ଦ୍ଦନ ନଦୀ ପାର ହୋଇ ଇହୁଦୀୟା ପ୍ରଦେଶରେ ପହଞ୍ôଚଲେ। ସେଠାରେ ମଧ୍ୟ ଲୋକମାନେ ବହୁସଂଖ୍ୟାରେ ଆସି ତାଙ୍କ ପାଖରେ ଜମା ହେଲେ ଏବଂ ସେ ପୂର୍ବ ପରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ।
Odia Bible ERV 2004 (ପବିତ୍ର ବାଇବଲ)
ବିବାହ ବିଚ୍ଛେଦ ସମ୍ପର୍କରେ ଯୀଶୁଙ୍କ ଶିକ୍ଷା ତା’ପରେ ଯୀଶୁ ସେ ସ୍ଥାନ ଛାଡ଼ିଦେଲେ। ସେ ଯିହୂଦା ଅଞ୍ଚଳ ଓ ଯର୍ଦ୍ଦନ ନଦୀର ଅପର ପାରିକୁ ଗଲେ। ପୁଣି ବହୁତ ଲୋକ ତାହାଙ୍କ ପାଖରେ ଜମା ହୋଇଗଲେ। ସବୁ ସମୟ ଭଳି ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କରି ଯିହୂଦିୟା ପ୍ରଦେଶର ସୀମା ଓ ଯର୍ଦ୍ଦନ ନଦୀର ଅପର ପାରିକୁ ଆସିଲେ; ଆଉ ଲୋକସମୂହ ପୁନର୍ବାର ତାହାଙ୍କ ନିକଟରେ ଏକତ୍ର ହୁଅନ୍ତେ ସେ ନିଜ ରୀତି ଅନୁସାରେ ସେମାନଙ୍କୁ ପୁଣି, ଶିକ୍ଷା ଦେବାକୁ ଲାଗିଲେ।
Odia IRV 2017 (ଓଡିଆ ବାଇବେଲ)
ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କରି ଯିହୂଦା ସୀମା ଓ ଯର୍ଦ୍ଦନର ଅପରପାରିକୁ ଆସିଲେ; ଆଉ ଲୋକସମୂହ ପୁନର୍ବାର ତାହାଙ୍କ ନିକଟରେ ଏକତ୍ର ହୁଅନ୍ତେ ସେ ନିଜ ରୀତି ଅନୁସାରେ ସେମାନଙ୍କୁ ପୁଣି, ଶିକ୍ଷା ଦେବାକୁ ଲାଗିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ಜೆಜು ತೊ ಜಾಗೊ ಸೊಡುನ್ ಜುದೆಯಾ ಪ್ರಾತ್ಯಾಕ್ ಅನಿ ಜೊರ್ದಾನ್ ನ್ಹಯ್ಚ್ಯಾ ತಿಕುಲ್ಯಾ ದಂಡೆಕ್ ಗೆಲೊ.ಅನಿಬಿ ಸುಮಾರ್ ಲೊಕಾ ತೆಚ್ಯಾ ಫಾಟ್ನಾ ಯೆಲಿ. ಸದ್ದಿಚ್ಯಾ ಬಾಸೆನ್ ಜೆಜುನ್ ತೆಂಕಾ ಶಿಕ್ವುಲ್ಯಾನ್.