Mark 10:17 — Compare Translations
7 translations compared side by side
Odia - 1840
"ଯୀଶୁ ଯାଉଥିବା ବେଳେ ଜଣେ ଦୌଡି ଦୌଡି ତାହାଙ୍କ ପାଖକୁ ଆସିଲା ଓ ଯୀଶୁଙ୍କ ଆଗ ରେ ଆଣ୍ଠୁମାଡି ବସି ପଡିଲା। ସେ ପଚାରିଲା, ହେ ଉତ୍ତମ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହବୋ ପାଇଁ ମୁଁ କ'ଣ କରିବି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ପୁନର୍ବାର ଯାତ୍ରା ଆରମ୍ଭ କରିବା ସମୟରେ ଜଣେ ଦୌଡ଼ିଆସି ତାହାଙ୍କ ଛାମୁରେ ଜାନୁ ପାତି ତାହାଙ୍କୁ ପଚାରିଲେ, ହେ ସଦ୍ଗୁରୁ, ଅନ; ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ପୁନର୍ବାର ତାଙ୍କ ଯାତ୍ରା ଆରମ୍ଭ କଲାବେଳେ ଜଣେ ଲୋକ ଦୌଡ଼ି ଆସି ତାଙ୍କ ସମ୍ମୁଖରେ ଆଣ୍ଠୋଇ ପଡ଼ି ପଚାରିଲା, “ସତ୍ଗୁରୁ, ଅନନ୍ତ ଜୀବନ ଲାଭ କରିବାକୁ ମୋତେ କଅଣ କରିବା ପାଇଁ ହେବ?”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କୁ ଅନୁସରଣ କରିବାକୁ ଜଣେ ଧନୀ ଲୋକର ଅସ୍ୱୀକାର ଯୀଶୁ ଯାଉଥିବା ବେଳେ ଜଣେ ଲୋକ ଦୌଡ଼ି ଦୌଡ଼ି ତାହାଙ୍କ ପାଖକୁ ଆସିଲା ଓ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ବସି ପଡ଼ିଲା। ସେ ପଗ୍ଭରିଲା, “ହେ ଉତ୍ତମ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ମୁଁ କ’ଣ କରିବି?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ପୁନର୍ବାର ଯାତ୍ରା ଆରମ୍ଭ କରିବା ସମୟରେ ଜଣେ ଦୌଡ଼ିଆସି ତାହାଙ୍କ ଛାମୁରେ ଆଣ୍ଠୁପାତି ତାହାଙ୍କୁ ପଚାରିଲେ, ହେ ସଦ୍ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି?
Odia IRV 2017 (ଓଡିଆ ବାଇବେଲ)
ସେ ପୁନର୍ବାର ଯାତ୍ରା ଆରମ୍ଭ କରିବା ସମୟରେ ଜଣେ ଦୌଡ଼ିଆସି ତାହାଙ୍କ ଛାମୁରେ ଆଣ୍ଠୁପାତି ତାହାଙ୍କୁ ପଚାରିଲେ, ହେ ସଦ୍ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ'ଣ କରିବି?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ಥೈತ್ನಾ ಜಾವ್ಕ್ ಮನುನ್ ತಯಾರ್ ಹೊವ್ಕ್ ಲಾಗಲ್ಲೊ, ತನ್ನಾ ಎಕ್ ಮಾನುಸ್ ಪಳುನ್ ಯೆವ್ನ್ ಜೆಜುಚ್ಯಾ ಇದ್ರಾಕ್ ಡೊಗ್ಲಾ ಟೆಕುನ್ “ಬರ್ಯಾ ಗುರುಜಿ, ನಿರಂತರ್ ಜಿವನ್ ಮಾಕಾ ಗಾವುಚೆ ತರ್, ಮಿಯಾ ಕಾಯ್ ಕರುಚೆ?” ಮನುನ್ ಇಚಾರ್ಲ್ಯಾನ್.