Mark 10:42 — Compare Translations
7 translations compared side by side
Odia - 1840
"ଯୀଶୁ ସମସ୍ତ ପ୍ ରରେିତମାନଙ୍କୁ ଏକାଠି ଡାକିଲେ। ସେ ସମାନଙ୍କେୁ କହିଲେ, ଅଣଯିହୂଦୀମାନଙ୍କ ଭିତ ରେ ଅନକେ ଲୋକ ଅଛନ୍ତି, ଯେଉଁମାନଙ୍କୁ ସମାନେେ ଶାସକ କହନ୍ତି। ତୁମ୍ଭେ ଜାଣ ଯେ, ଏହି ଶାସକମାନେ ଲୋକଙ୍କ ଉପରେ ପ୍ରଭୁତ୍ବ ଦଖାଇବୋକୁ ଭଲ ପାଆନ୍ତି। ତାହାଙ୍କର ମହତ୍ତ୍ବପୂର୍ଣ୍ଣ ନେତାମାନେ ମଧ୍ଯ ଲୋକଙ୍କ ଉପରେ ତାହାଙ୍କର ଅଧିକର ସାବ୍ଯସ୍ତ କରିବାକୁ ଭଲ ପାଆନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, ଯେଉଁମାନେ ବିଜାତିମାନଙ୍କର ଶାସନକର୍ତ୍ତା ରୂପେ ଗଣିତ, ସେମାନେ ସେମାନଙ୍କ ଉପରେ ପ୍ରଭୁତ୍ଵ କରନ୍ତି ଓ ସେମାନଙ୍କର ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ଵ କରନ୍ତି, ଏହା ତୁମ୍ଭେମାନେ ଜାଣ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ସେମାନଙ୍କୁ ଏକତ୍ର ଡ଼ାକି କିହଲେ, “ତୁମ୍ଭେମାନେ ଜାଣ, ଏ ଜଗତରେ ଶାସକମାନେ ଲୋକମାନଙ୍କ ଉପରେ ପ୍ରଭୁପଣ ବିସ୍ତାର କରନ୍ତି ଓ ନେତାମାନେ ଅନ୍ୟମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ସମସ୍ତ ପ୍ରେରିତମାନଙ୍କୁ ଏକାଠି ଡାକିଲେ। ସେ ସେମାନଙ୍କୁ କହିଲେ, “ଅଣଯିହୂଦୀମାନଙ୍କ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ସେମାନେ ଶାସକ କହନ୍ତି। ତୁମ୍ଭେ ଜାଣ ଯେ, ଏହି ଶାସକମାନେ ଲୋକଙ୍କ ଉପରେ ପ୍ରଭୁତ୍ୱ ଦେଖାଇବାକୁ ଭଲ ପାଆନ୍ତି। ତାହାଙ୍କର ମହତ୍ତ୍ୱପୂର୍ଣ୍ଣ ନେତାମାନେ ମଧ୍ୟ ଲୋକଙ୍କ ଉପରେ ତାହାଙ୍କର ଅଧିକାର ସାବ୍ୟସ୍ତ କରିବାକୁ ଭଲ ପାଆନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, “ଯେଉଁମାନେ ଅଣଯିହୁଦୀମାନଙ୍କର ଶାସନକର୍ତ୍ତା ରୂପେ ଗଣିତ, ସେମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ଅଣଯିହୁଦୀମାନଙ୍କର ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, ଯେଉଁମାନେ ଅଣଯିହୂଦୀମାନଙ୍କର ଶାସନକର୍ତ୍ତା ରୂପେ ଗଣିତ, ସେମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ଅଣଯିହୂଦୀମାନଙ୍କର ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ಜೆಜುನ್ ಸಗ್ಳ್ಯಾ ಶಿಸಾಕ್ನಿ ಜಗ್ಗೊಳ್ ಬಲ್ವುನ್ “ಜುದೆವ್ ನ್ಹಯ್ ಹೊತ್ತ್ಯಾ ಅದಿಕಾರ್ಯಾಂಚ್ಯಾ ವಿಶಯಾತ್ ತುಮ್ಕಾ ಗೊತ್ತ್ ಹಾಯ್, ತೆ ಅದಿಕಾರಿ ಅಪ್ನಾಕ್ ಹೊತ್ತೊ ಅದಿಕಾರ್ ಲೊಕಾಕ್ನಿ ದಾಕ್ವುಕ್ ಲೈ ಕುಶಿ ಹೊತ್ಯಾತ್.ಅನಿ ತೆಂಕಾ ತೆಂಚ್ಯಾ ವರ್ತಿ ಸಗ್ಳೊ ಅದಿಕಾರ್ ದಿಲ್ಲೊ ಹಾಯ್,