Mark 11:13 — Compare Translations

7 translations compared side by side

Odia - 1840
"ଯୀଶୁ ପତ୍ର ରେ ପରିପୂର୍ଣ୍ଣ ଗୋଟିଏ ଡିମ୍ବିରି ଗଛ ଦେଖିଲେ। ଗଛ ରେ କିଛି ଡିମ୍ବିରି ଫଳ ଥିବ ଭାବି ସେ ଗଛ ମୂଳକୁ ଗଲେ। କିନ୍ତୁ ସଠାେରେ ପହଞ୍ଚି ସେ ଗଛ ରେ ଗୋଟିଏ ହେଲେ ଡିମ୍ବିରି-ଫଳ ପାଇଲେ ନାହିଁ। ଗଛ ରେ ପତ୍ର ଛଡା ଆଉ କିଛି ନଥିଲା। ଏହା ଡିମ୍ବିରି ଫଳ ଆସିବା ଋତୁ ନଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେ ଦୂରରୁ ପତ୍ର ଥିବା ଗୋଟିଏ ଡିମିରି ଗଛ ଦେଖି, କେଜାଣି ସେଥିରୁ ଫଳ ପାଇବେ, ଏହି ଆଶାରେ ତାହା ପାଖକୁ ଗଲେ । କିନ୍ତୁ ପାଖକୁ ଆସି ସେ ପତ୍ର ବିନା ଆଉ କିଛି ପାଇଲେ ନାହିଁ, କାରଣ ସେତେବେଳେ ଡିମିରି ଫଳର ସମୟ ନ ଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଗୋଟିଏ ଡ଼ିମିରି ବୃକ୍ଷରେ ବହୁତ ପତ୍ର ହୋଇଥିବାର ସେ ଦୂରରୁ ଦେଖିଲେ। ସେଥିରେ ଫଳ ଅଛି କି ନାହିଁ, ଦେଖିବା ପାଇଁ ଯୀଶୁ ତା’ ନିକଟକୁ ଗଲେ। ସେଥିରେ ପତ୍ର ଛଡ଼ା ଆଉ କିଛି ଦେଖିଲେ ନାହିଁ, କାରଣ ସେତେବେଳେ ଡ଼ିମିରି ଫଳିବାର ଉପଯୁକ୍ତ ସମୟ ହୋଇ ନ ଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ପତ୍ରରେ ପରିପୂର୍ଣ୍ଣ ଗୋଟିଏ ଡିମ୍ବିରିଗଛ ଦେଖିଲେ। ଗଛରେ କିଛି ଡିମ୍ବିରି ଫଳ ଥିବ ଭାବି ସେ ଗଛ ମୂଳକୁ ଗଲେ। କିନ୍ତୁ ସେଠାରେ ପହଞ୍ଚି ସେ ଗଛରେ ଗୋଟିଏ ହେଲେ ଡିମ୍ବିରି ଫଳ ପାଇଲେ ନାହିଁ। ଗଛରେ ପତ୍ର ଛଡ଼ା ଆଉ କିଛି ନ ଥିଲା। ଏହା ଡିମ୍ବିରି ଫଳ ଫଳିବା ଋତୁ ନ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେ ଦୂରରୁ ପତ୍ର ଥିବା ଗୋଟିଏ ଡିମ୍ବିରିବୃକ୍ଷ ଦେଖି, କେଜାଣି ସେଥିରୁ ଫଳ ପାଇବେ, ଏହି ଆଶାରେ ତାହା ପାଖକୁ ଗଲେ। କିନ୍ତୁ ପାଖକୁ ଆସି ସେ ପତ୍ର ବିନା ଆଉ କିଛି ପାଇଲେ ନାହିଁ, କାରଣ ସେତେବେଳେ ଡିମ୍ବିରିଫଳର ସମୟ ନ ଥିଲା।
Odia IRV 2017 (ଓଡିଆ ବାଇବେଲ)
ଆଉ ସେ ଦୂରରୁ ପତ୍ର ଥିବା ଗୋଟିଏ ଡିମ୍ବିରି ଗଛ ଦେଖି, କେଜାଣି ସେଥିରୁ ଫଳ ପାଇବେ, ଏହି ଆଶାରେ ତାହା ପାଖକୁ ଗଲେ । କିନ୍ତୁ ପାଖକୁ ଆସି ସେ ପତ୍ର ବିନା ଆଉ କିଛି ପାଇଲେ ନାହିଁ, କାରଣ ସେତେବେଳେ ଡିମ୍ବିରିଫଳର ସମୟ ନ ଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಥೈ ವಾಟೆಚ್ಯಾ ದಂಡೆಕ್ ಎಕ್ ಪಾನಾನಿ ಭರಲ್ಲೆ ಅಂಜುರಾಚೆ ಝಾಡ್ ಹೊತ್ತೆ, ಥೈ ಕಾಯ್ ತರ್ ಗಾವ್ತಾ ಕಾಯ್ಕಿ ಮನುನ್ ಜೆಜು ತ್ಯಾ ಝಾಡಾಕ್ಡೆ ಗೆಲೊ, ಬಗಟ್ಲ್ಯಾರ್ ತ್ಯಾ ಝಾಡಾಕ್ ಪಾನಾ ಸೊಡುನ್ ಎಕ್ ಸೈತ್ ಹನ್ನ್ ನತ್ತೆ,ಖಾಲಿ ಪಾನಾ ಎವ್ಡಿಚ್ ಹೊತ್ತಿ.ಕಶ್ಯಾಕ್ ಮಟ್ಲ್ಯಾರ್ ತಿ ಅಂಜುರಾಚಿ ಹನ್ನಾ ಹೊತಲಿ ದಿಸಾ ನ್ಹಯ್.