Mark 12:14 — Compare Translations

7 translations compared side by side

Odia - 1840
"ଫାରୂଶୀ ଓ େ ହରୋଦୀୟମାନେ ଯୀଶୁଙ୍କ ପାଖକୁ ଯାଇ କହିଲେ, ଗୁରୁ, ଆମ୍ଭମାନେେ ଜାଣିଛୁ ଯେ, ତୁମ୍ଭେ ବହୁତ ଭଲ ଲୋକ। ଅନ୍ୟମାନେ ତୁମ୍ଭ ବିଷୟ ରେ କ'ଣ ଭାବୁଛନ୍ତି, ସେଥିପାଇଁ ତୁମ୍ଭେ କବେେ ଚିନ୍ତା କର ନାହିଁ। ସବୁ ଲୋକ ତୁମ୍ଭ ପାଇଁ ସମାନ। ତୁମ୍ଭେ ପରମେଶ୍ବର ଚାହୁଁଥିବା ଜୀବନର ମାର୍ଗ ବିଷୟ ରେ ଠିକ୍ ଉପଦେଶ ଦେଉଛ। ଆମ୍ଭମାନଙ୍କୁ କୁହ: କାଇସରଙ୍କୁ କର ଦବୋର ଉଚିତ୍ କି ନୁହେଁ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଓ କାହାରିକି ଭୟ କରନ୍ତି ନାହିଁ; କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ଵରଙ୍କ ମାର୍ଗ ଶିକ୍ଷା ଦିଅନ୍ତି । କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନା?
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଯୀଶୁଙ୍କୁ ପଚାରିଲେ, “ଗୁରୁ, ଆମେ ଜାଣୁ ଲୋକମତକୁ ଭୟ ନ କରି ଆପଣ ସତ କଥା କହନ୍ତି। କାହାର ପଦମର୍ଯ୍ୟାଦା ପ୍ରତି ଦୃଷ୍ଟି ନ ଦେଇ ଆପଣ ଈଶ୍ୱରଙ୍କ ଇଚ୍ଛା ବିଷୟରେ ଶିକ୍ଷା ଦିଅନ୍ତି। କହନ୍ତୁ, ରୋମ ସମ୍ରାଟଙ୍କୁ କର ଦେବା ଆମ ଧର୍ମବ୍ୟବସ୍ଥାର ବିରୁଦ୍ଧ କି ନା? ଆମେ କର ଦେବା କି ନାହିଁ?
Odia Bible ERV 2004 (ପବିତ୍ର ବାଇବଲ)
ଫାରୂଶୀ ଓ ହେରୋଦୀୟମାନେ ଯୀଶୁଙ୍କ ପାଖକୁ ଯାଇ କହିଲେ, “ଗୁରୁ, ଆମ୍ଭେମାନେ ଜାଣିଛୁ ଯେ, ତୁମ୍ଭେ ବହୁତ ଭଲ ଲୋକ। ଅନ୍ୟମାନେ ତୁମ୍ଭ ବିଷୟରେ କ’ଣ ଭାବୁଛନ୍ତି, ସେଥିପାଇଁ ତୁମ୍ଭେ କେବେ ଚିନ୍ତା କର ନାହିଁ। ସବୁ ଲୋକ ତୁମ୍ଭ ପାଇଁ ସମାନ। ତୁମ୍ଭେ ପରମେଶ୍ୱର ଗ୍ଭହୁଁଥିବା ଜୀବନର ମାର୍ଗ ବିଷୟରେ ଠିକ୍ ଉପଦେଶ ଦେଉଛ। ଆମ୍ଭମାନଙ୍କୁ କୁହ, କାଇସରଙ୍କୁ କର ଦେବା ଉଚିତ୍ କି ନୁହେଁ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଓ କାହାକୁ ଭୟ କରନ୍ତି ନାହିଁ; କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ବରଙ୍କ ମାର୍ଗ ଶିକ୍ଷା ଦିଅନ୍ତି। କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ?
Odia IRV 2017 (ଓଡିଆ ବାଇବେଲ)
ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଓ କାହାରିକି ଭୟ କରନ୍ତି ନାହିଁ; କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ୱରଙ୍କ ମାର୍ଗ ଶିକ୍ଷା ଦିଅନ୍ତି । କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ “ಗುರುಜಿ, ತಿಯಾ ಲೊಕಾ ಕಾಯ್ ಯೌವಜ್ತ್ಯಾತ್ ಮನುನ್ ಪರ್ವಾ ಕರಿನಸ್ತಾನಾ ಖರೆ ಅಸಲ್ಲೆ ಸಾಂಗ್ತೆ, ಅನಿ ಕೊನಾಚೆ ತೊಂಡ್ ಬಗಿನಸ್ತಾನಾ ಬೊಲ್ತೆ, ತಿಯಾ ಮಾನ್ಸಾ ಸಾಟ್ನಿ ದೆವಾಚಿ ಯವ್ಜನ್ ಕಾಯ್ ಮನುನ್ ಅಮ್ಕಾ ಸಾಂಗ್, ಅಮಿ ರೊಮಾಚ್ಯಾ ಚಕ್ರವರ್ತಿಕ್ ತೆರ್‍ಗಿ ದಿತಲೆ ಅಮ್ಚ್ಯಾ ಧರ್ಮಾಚ್ಯಾ ಖಾಯ್ದ್ಯಾ ಪರ್ಕಾರ್ ಸಮಾ ಹಾಯ್ ಕಾಯ್, ನಾ?” ಮನುನ್ ತೆಕಾ ಇಚಾರ್‍ಲ್ಯಾನಿ.