Mark 12:19 — Compare Translations
7 translations compared side by side
Odia - 1840
"ସମାନେେ କହିଲେ, ଗୁରୁ, ମାଶାେ ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନଥାଇ ମରି ଯାଏ, ତବେେ ତା'ର ଭାଇର ସହେି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା' ହେଲେ ସହେି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରିପାରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ ମରେ, ଆଉ ତାହାର ଭାର୍ଯ୍ୟା ଜୀବିତା ଥାଏ, ପୁଣି ତାହାର କୌଣସି ସନ୍ତାନ ନ ଥାଏ, ତାହାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଗୁରୁ, ମୋଶା ଆମ ପାଇଁ ଏହି ବ୍ୟବସ୍ଥା ଲେଖିଛନ୍ତି - ଜଣେ ନିଃସନ୍ତାନ ହୋଇ ମରିଗଲେ, ସେହି ଲୋକର ବିଧବାକୁ ତା’ର ଭାଇ ବିବାହ କରିବାକୁ ହେବ ଏବଂ ସେମାନଙ୍କର ଯେଉଁ ପିଲାମାନେ ଜନ୍ମ ହେବେ, ସେମାନେ ମୃତବ୍ୟକ୍ତିର ସନ୍ତାନ ବୋଲି ବିବେଚିତ ହେବେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ କହିଲେ, “ଗୁରୁ, ମୋଶା ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନ ଥାଇ ମରି ଯାଏ, ତେବେ ତା’ର ଭାଇ ସେହି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା’ହେଲେ ସେହି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରି ପାରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ ମରେ, ଆଉ ତାହାର ଭାର୍ଯ୍ୟା ଜୀବିତା ଥାଏ, ପୁଣି, ତାହାର କୌଣସି ସନ୍ତାନ ନ ଥାଏ, ତାହାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ।
Odia IRV 2017 (ଓଡିଆ ବାଇବେଲ)
ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ ମରେ, ଆଉ ତାହାର ଭାର୍ଯ୍ୟା ଜୀବିତା ଥାଏ, ପୁଣି, ତାହାର କୌଣସି ସନ୍ତାନ ନ ଥାଏ, ତାହାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಗುರುಜಿ,ಎಕ್ಲೊ ಮಾನುಸ್ ಪೊರಾ ನಸ್ತಾನಾ ಮರ್ಲ್ಯಾರ್ ತೆಚ್ಯಾ ಧಾಕ್ಲ್ಯಾ ಭಾವಾನ್ ತ್ಯಾ ಬಾಯ್ಕೊಮನ್ಸಿಕ್ಡೆ ನಗಿನ್ ಕರುನ್ ಘೆವ್ಚೆ, ಅಸೆ ತೆಂಕಾ ಪೊರಾ ಹೊವ್ನ್ ತೆಚ್ಯಾ ಮೊಟ್ಯಾ ಭಾವಾಕ್ ಪಿಳ್ಗಿ ಕರುನ್ ದಿವ್ಚಿ ಮನುನ್ ಮೊಯ್ಜೆನ್ ಅಪ್ಲ್ಯಾ ಖಾಯ್ದ್ಯಾತ್ನಿ ಲಿವುನ್ ಥವ್ಲ್ಯಾನಾಯ್;