Mark 12:36 — Compare Translations
7 translations compared side by side
Odia - 1840
"ସ୍ବଯଂ ଦାଉଦ ପବିତ୍ର ଆତ୍ମାଙ୍କ ସାହାୟ୍ଯ ରେ କହିଥିଲେ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସ୍ଵୟଂ ଦାଉଦ ପବିତ୍ର ଆତ୍ମାଙ୍କ ଦ୍ଵାରା ଆବିଷ୍ଟ ହୋଇ କହିଥିଲେ, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଧର୍ମଗୁରୁମାନେ କାହିଁକି କହନ୍ତି, ମସୀହ ଦାଉଦଙ୍କ ବଂଶଧର ବୋଲି? ପବିତ୍ର ଆତ୍ମାଙ୍କଠାରୁ ପ୍ରେରଣା ପାଇ ଦାଉଦ କହିଛନ୍ତି: ‘ଈଶ୍ୱର ମୋ’ ପ୍ରଭୁଙ୍କୁ କହିଲେ, ଆମେ ତୁମର ସମସ୍ତ ଶତ୍ରୁଙ୍କୁ ତୁମ ପଦାନତ କରିବା ପର୍ଯ୍ୟନ୍ତ, ତୁମେ ଆମର ଦକ୍ଷିଣ ପାଶ୍ୱର୍ରେ ବସିଥାଅ।’
Odia Bible ERV 2004 (ପବିତ୍ର ବାଇବଲ)
ସ୍ୱୟଂ ଦାଉଦ ପବିତ୍ରଆତ୍ମାଙ୍କ ସାହାଯ୍ୟରେ କହିଥିଲେ, ‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁଙ୍କୁ କହିଥିଲେ: ତୁମ୍ଭେ ମୋ’ ପାଖରେ, ମୋହର ଡାହାଣ ପଟେ ବସ, ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ଅଧୀନକୁ ନେଇ ଆସିବି।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସ୍ୱୟଂ ଦାଉଦ ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହୋଇ କହିଥିଲେ, ‘ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’
Odia IRV 2017 (ଓଡିଆ ବାଇବେଲ)
ସ୍ୱୟଂ ଦାଉଦ ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହୋଇ କହିଥିଲେ, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್ ಪವಿತ್ರ್ ಆತ್ಮೊ ದಾವಿದಾಚ್ಯಾ ಮುಕಾಂತ್ರ್ ಮಟ್ಲ್ಯಾನಾಯ್, “ಸರ್ವೆಸ್ವರಾನ್ ಮಾಜ್ಯಾ ಧನಿಯಾಕ್, ತುಜ್ಯಾ ದುಸ್ಮನಾಕ್ ತುಜ್ಯಾ ಪಾಂಯಾಂಚ್ಯಾ ಮುಳಾತ್ ಪಡಿಸರ್ಕೆ ಕರಿ ಪತರ್, ತಿಯಾ ಮಾಜ್ಯಾ ಉಜ್ವ್ಯಾಕ್ಡೆ ಬಸುನ್ ರ್ಹಾ” ಮನುನ್ ಸಾಂಗ್ಲ್ಯಾನ್.