Mark 12:41 — Compare Translations
7 translations compared side by side
Odia - 1840
"ଯୀଶୁ ମନ୍ଦିରର ଦାନ ବାକ୍ସ ପାଖ ରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସ ରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ଯ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସ ରେ ପ୍ରଚୁର ଟଙ୍କା ପକାଉଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ସେ ଭଣ୍ତାର ସମ୍ମୁଖରେ ବସି ଲୋକସମୂହ କିପରି ସେଥିରେ ପଇସା ପକାଉଅଛନ୍ତି, ତାହା ଦେଖୁଥିଲେ । ସେତେବେଳେ ଅନେକ ଧନୀ ଲୋକ ସେଥିରେ ବେଶୀ ପକାଇଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ଦିନେ ଯୀଶୁ ମନ୍ଦିରର ଦାନ ଦେବା ସ୍ଥାନ ନିକଟରେ ବସିଥିଲେ। ଲୋକମାନେ ଆସି ସେଠାରେ ରଖାଯାଇଥିବା ବାକ୍ସରେ ଦାନ ପକାଉଥିବା ସେ ନିରୀକ୍ଷଣ କରୁଥିଲେ। ଧନୀ ଲୋକମାନେ ସେଥିରେ ଅନେକ ଟଙ୍କା ପକାଉଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଏକ ବିଧବାର ପ୍ରକୃତ ଦାନ ଯୀଶୁ ମନ୍ଦିରର ଦାନ ବାକ୍ସ ପାଖରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ୟ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସରେ ପ୍ରଚୁର ଟଙ୍କା ପକାଉଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ସେ ଭଣ୍ଡାର ସମ୍ମୁଖରେ ବସି ଲୋକସମୂହ କିପରି ଭଣ୍ଡାରରେ ପଇସା ପକାଉଅଛନ୍ତି, ତାହା ଦେଖୁଥିଲେ। ସେତେବେଳେ ଅନେକ ଧନୀ ଲୋକ ଭଣ୍ଡାରରେ ବେଶି ପକାଇଲେ;
Odia IRV 2017 (ଓଡିଆ ବାଇବେଲ)
ପରେ ସେ ଭଣ୍ଡାର ସମ୍ମୁୁଖରେ ବସି ଲୋକସମୂହ କିପରି ସେଥିରେ ପଇସା ପକାଉଅଛନ୍ତି, ତାହା ଦେଖୁଥିଲେ । ସେତେବେଳେ ଅନେକ ଧନୀ ଲୋକ ସେଥିରେ ବେଶି ପକାଇଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ಗುಡಿತ್ ಕಾನ್ಕಿಚ್ಯಾ ಡಬ್ಬ್ಯಾಚ್ಯಾ ಜಗ್ಗೊಳ್ ಬಸುನ್ ಬಗುನ್ಗೆತ್ ಹೊತ್ತ್ಯಾ ತನ್ನಾ, ತ್ಯಾ ಡಬ್ಬ್ಯಾತ್ ಲೊಕಾ ಪೈಸೆ ಘಾಲಿತ್, ಸುಮಾರ್ ಸಾವ್ಕಾರ್ ಲೊಕಾ ಲೈ-ಲೈ ಪೈಸೆ ಘಾಲಿತ್,