Mark 13:11 — Compare Translations

7 translations compared side by side

Odia - 1840
"ସମାନେେ ତୁମ୍ଭମାନଙ୍କୁ ବନ୍ଦୀକରି ତୁମ୍ଭମାନଙ୍କୁ ଜରୋ କରିବେ। ସମାନେେ ତୁମ୍ଭମାନଙ୍କୁ ବିଚାର ପାଇଁ ଯଦି ନିଅନ୍ତି, ତବେେ ତୁମ୍ଭେ ସଠାେରେ କ'ଣ କହିବ, ସେ ବିଷୟ ରେ ଆଗରୁ କବେେ ହେଲେ ଚିନ୍ତା କର ନାହିଁ। ସେ ସମୟରେ ତୁମ୍ଭକୁ ପରମେଶ୍ବର ଯାହା କିଛି କହିବା ପାଇଁ ଦବେେ, ତୁମ୍ଭେ ତାହା କହିବ, କାରଣ ସେତବେେଳେ ପ୍ରକୃତ ରେ ତୁମ୍ଭେ କଥା କହିବ ନାହିଁ ମାତ୍ର ପବିତ୍ର ଆତ୍ମା କଥା କହିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ଯେତେବେଳେ ଲୋକେ ତୁମ୍ଭମାନଙ୍କୁ ଘେନିଯାଇ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କଅଣ କହିବ, ସେ ବିଷୟରେ ପୂର୍ବରୁ ଚିନ୍ତିତ ହୁଅ ନାହିଁ, କିନ୍ତୁ ସେହି ଦଣ୍ତରେ ତୁମ୍ଭମାନଙ୍କୁ ଯାହା ଦିଆଯିବ, ତାହା କୁହ; କାରଣ ତୁମ୍ଭେମାନେ ବକ୍ତା ନୁହଁ, ମାତ୍ର ପବିତ୍ର ଆତ୍ମା ବକ୍ତା ଅଟନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ୍ଭେମାନେ ଗିରଫ ହୋଇ ଅଦାଲତକୁ ନିଆ ହେବାବେଳେ, ସେଠାରେ କ’ଣ କରିବାକୁ ହେବ, ଏ ବିଷୟରେ ବ୍ୟସ୍ତ ହୁଅ ନାହିଁ। ଉଚିତ୍ ସମୟରେ କଅଣ କହିବାକୁ ହେବ, ତାହା ତୁମକୁ ଜଣାଇ ଦିଆଯିବ। ସେତେବେଳେ ତୁମକୁ ନିଜ ମନରୁ କିଛି କହିବାକୁ ପଡ଼ିବ ନାହିଁ। ତୁମେ ଯାହା କହିବ, ତାହା ପବିତ୍ର ଆତ୍ମା ଜଣାଇବେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ତୁମ୍ଭମାନଙ୍କୁ ବନ୍ଦୀକରି ତୁମ୍ଭମାନଙ୍କୁ ଜେରା କରିବେ। ସେମାନେ ତୁମ୍ଭମାନଙ୍କୁ ବିଗ୍ଭର ପାଇଁ ଯଦି ନିଅନ୍ତି, ତେବେ ତୁମ୍ଭେ ସେଠାରେ କ’ଣ କହିବ, ସେ ବିଷୟରେ ଆଗରୁ କେବେ ହେଲେ ଚିନ୍ତା କର ନାହିଁ। ସେ ସମୟରେ ତୁମ୍ଭକୁ ପରମେଶ୍ୱର ଯାହାକିଛି କହିବା ପାଇଁ ଦେବେ, ତୁମ୍ଭେ ତାହା କହିବ, କାରଣ ସେତେବେଳେ ପ୍ରକୃତରେ ତୁମ୍ଭେ କଥା କହିବ ନାହିଁ ମାତ୍ର ପବିତ୍ରଆତ୍ମା କଥା କହିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ଯେତେବେଳେ ଲୋକେ ତୁମ୍ଭମାନଙ୍କୁ ଘେନିଯାଇ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କଅଣ କହିବ, ସେ ବିଷୟରେ ପୂର୍ବରୁ ଚିନ୍ତିତ ହୁଅ ନାହିଁ; କିନ୍ତୁ ସେହି ସମୟରେ ତୁମ୍ଭମାନଙ୍କୁ ଯାହା ଦିଆଯିବ, ତାହା କୁହ; କାରଣ ତୁମ୍ଭେମାନେ ବକ୍ତା ନୁହଁ, ମାତ୍ର ପବିତ୍ର ଆତ୍ମା ବକ୍ତା ଅଟନ୍ତି।
Odia IRV 2017 (ଓଡିଆ ବାଇବେଲ)
ଏଣୁ ଯେତେବେଳେ ଲୋକେ ତୁମ୍ଭମାନଙ୍କୁ ଘେନିଯାଇ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କ'ଣ କହିବ, ସେ ବିଷୟରେ ପୂର୍ବରୁ ଚିନ୍ତିତ ହୁଅ ନାହିଁ; କିନ୍ତୁ ସେହି ସମୟରେ ତୁମ୍ଭମାନଙ୍କୁ ଯାହା ଦିଆଯିବ, ତାହା କୁହ; କାରଣ ତୁମ୍ଭେମାନେ ବକ୍ତା ନୁହଁ, ମାତ୍ର ପବିତ୍ର ଆତ୍ମା ବକ୍ତା ଅଟନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಕಾ ಧರುನ್ ನ್ಯಾಯ್ ಕರ್‍ತಲ್ಯಾ ಜಾಗ್ಯಾರ್ ವೊಡುನ್ ಹಾನುನ್ ಇಚಾರ್‍ನಿ ಕರ್‍ತಾನಾ, ತುಮಿ ತೆಂಕಾ ಕಾಯ್ ಸಾಂಗುಚೆ, ಕಾಯ್ ಬೊಲುಚೆ ಮನುನ್ ಚಿಂತಾ ಕರುನಕಾಸಿ, ಕಾಯ್ ಬೊಲುಚೆ ಮನುನ್ ತುಮ್ಕಾ ದಿಸ್ತಾ ತೆ ಬೊಲಾ, ಕಶ್ಯಾಕ್ ಮಟ್ಲ್ಯಾರ್, ತನ್ನಾ ತುಮಿ ಬೊಲಿನ್ಯಾಸಿ ಪವಿತ್ರ್ ಆತ್ಮೊ ಬೊಲ್ತಾ.