Mark 13:14 — Compare Translations

7 translations compared side by side

Odia - 1840
"ତୁମ୍ଭମାନେେ, 'ଧ୍ବସଂ ଘଟାଉଥିବା ଭୟଙ୍କର ବସ୍ତୁକୁ' ଯେଉଁଠା ରେ ନ ରହିବା ଉଚିତ୍, ସହେି ସ୍ଥାନ ରେ ଥିବାର ଦେଖିବ। ଯେଉଁମାନେ ଏହା ପଢିବେ, ସମାନେେ ବୁଝିନବୋ ଉଚିତ୍ ଯେ ଏହାର ଅର୍ଥ କ'ଣ? ସେତବେେଳେ ୟିହୂଦାର ଲୋକମାନେ ପାହାଡ ଉପରକୁ ପଳଇବୋ ଉଚିତ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ତୁମ୍ଭେମାନେ ଯେତେବେଳେ ସେହି ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ, ଯେଉଁଠାରେ ଅବସ୍ଥିତ ହେବା ଉଚିତ ନୁହେଁ, ସେଠାରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), ସେତେ-ବେଳେ ଯେଉଁମାନେ ଯିହୁଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଉନ୍ତୁ;
Odia BSI (ପବିତ୍ର ବାଇବଲ (CL) NT (BSI))
“ତୁମେ ସେହି ‘ଧ୍ୱଂସକାରୀ ଅଶୁଚି ବସ୍ତୁକୁ ଦେଖିବ - ଯେଉଁଠାରେ ତାହାର ରହିବା ଅନୁଚିତ, ସେଇଠି ତାକୁ ଦେଖିବ” - (ପାଠକ ଏକଥା ବୁଝିବାକୁ ଚେଷ୍ଟା କରନ୍ତୁ) “ସେତେବେଳେ ଯିହୂଦାର ଅଧିବାସୀମାନେ ପର୍ବତ ଉପରକୁ ପଳାଇ ଯାଆନ୍ତୁ।
Odia Bible ERV 2004 (ପବିତ୍ର ବାଇବଲ)
“ତୁମ୍ଭେମାନେ, ‘ଧ୍ୱଂସ ଘଟାଉଥିବା ଭୟଙ୍କର ବସ୍ତୁକୁ’ ଯେଉଁଠାରେ ନ ରହିବା ଉଚିତ୍, ସେହି ସ୍ଥାନରେ ଥିବାର ଦେଖିବ।” ଯେଉଁମାନେ ଏହା ପଢ଼ିବେ, ସେମାନେ ବୁଝିନେବା ଉଚିତ୍ ଯେ ଏହାର ଅର୍ଥ କ’ଣ? “ସେତେବେଳେ ଯିହୂଦାର ଲୋକମାନେ ପାହାଡ଼ ଉପରକୁ ପଳେଇବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“କିନ୍ତୁ ତୁମ୍ଭେମାନେ ଯେତେବେଳେ ସେହି ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ, ଯେଉଁଠାରେ ଅବସ୍ଥିତ ହେବା ଉଚିତ୍ ନୁହେଁ, ସେଠାରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଉନ୍ତୁ;
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ତୁମ୍ଭେମାନେ ଯେତେବେଳେ ସେହି ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ, ଯେଉଁଠାରେ ଅବସ୍ଥିତ ହେବା ଉଚିତ ନୁହେଁ, ସେଠାରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଉନ୍ତୁ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಗ್ಳೆ ಸತ್ತ್ಯಾನಾಸ್ ಕರ್‍ತಲಿ ಬುರ್ಶಿ ವಸ್ತ್ ಇಬೆ ರವ್ಚೆ ನ್ಹಯ್ ತ್ಯಾ ಜಾಗ್ಯಾರ್ ಇಬೆ ಹೊತ್ತೆ ತುಮಿ ಬಗ್ತಾನಾ, ಹೆ ವಾಚ್ವುತಲೆ ಹೆಚೊ ಅರ್ತ್‍ ಕಾಯ್ ಮನುನ್ ಕಳ್ವುನ್ ಘೆವ್ಚೆ ಜುದೆಯಾತ್ಲಿ ಲೊಕಾ ಗುಡ್ಡ್ಯಾಂಚ್ಯಾ ವಯ್ನಿ ಪಳುನ್ ಜವ್ಕ್ ಪಾಜೆ.