Mark 14:12 — Compare Translations
7 translations compared side by side
Odia - 1840
"ଖମୀର ଶୂନ୍ଯ ରୋଟୀ-ପର୍ବର ପ୍ରଥମ ଦିନ ରେ ୟିହୁଦୀମାନେ 'ନିସ୍ତାର ପର୍ବର ମେଣ୍ଢାଛୁଆଟି' କୁ ବଳି ଦିଅନ୍ତି। ସହେି ଦିନ ଯୀଶୁଙ୍କ ପାଖକୁ ତାହାଙ୍କ ଶିଷ୍ଯମାନେ ଆସି ପଚାରିଲେ, ନିସ୍ତାର ପର୍ବର ଭୋଜି ରେ ଆପଣଙ୍କ ପାଇଁ ସବୁ କିଛି ପ୍ରସ୍ତୁତ କରିବାକୁ ଆମ୍ଭେ କେଉଁଠାକୁ ୟିବୁ ବୋଲି ଆପଣ ଚାହୁଁଛନ୍ତି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନରେ, ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରାଯାଏ, ସେହି ଦିନ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ ଯାଇ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
Odia BSI (ପବିତ୍ର ବାଇବଲ (CL) NT (BSI))
‘ଖମୀରଶୂନ୍ୟ ରୋଟୀ’ ପର୍ବର ପ୍ରଥମ ଦିବସରେ ଯେତେବେଳେ ‘ନିସ୍ତାର’ ପର୍ବର ଭୋଜନ ନିମନ୍ତେ ମେଣ୍ଢାଛୁଆ ବଳି ଦିଆଯାଏ, ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ, “ଆମେ କେଉଁଠାରେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ?”
Odia Bible ERV 2004 (ପବିତ୍ର ବାଇବଲ)
ନିସ୍ତାରପର୍ବର ଭୋଜି ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନରେ ଯିହୂଦୀମାନେ ‘ନିସ୍ତାରପର୍ବର ମେଣ୍ଢାଛୁଆଟି’ କୁ ବଳି ଦିଅନ୍ତି। ସେହି ଦିନ ଯୀଶୁଙ୍କ ପାଖକୁ ତାହାଙ୍କ ଶିଷ୍ୟମାନେ ଆସି ପଗ୍ଭରିଲେ, “ନିସ୍ତାରପର୍ବର ଭୋଜିରେ ଆପଣଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବାକୁ ଆମ୍ଭେ କେଉଁଠାକୁ ଯିବୁ ବୋଲି ଆପଣ ଗ୍ଭହୁଁଛନ୍ତି?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ, ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରାଯାଏ, ସେହି ଦିନ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ ଯାଇ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
Odia IRV 2017 (ଓଡିଆ ବାଇବେଲ)
ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ, ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରାଯାଏ, ସେହି ଦିନ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ ଯାଇ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ಅಪ್ನಾಚ್ಯಾ ಸಿಸಾಂಚ್ಯಾ ವಾಂಗ್ಡಾ ಪಾಸ್ಕಾಚೆ ಜೆವಾನ್ ಕರ್ತಲೆ ಇಸ್ಟ್ ಘಾಲಿನಸಲ್ಲ್ಯಾ ಭಾಕ್ರಿಚ್ಯಾ ಸನಾಚ್ಯಾ ಪಯ್ಲೆಚ್ಯಾ ದಿಸಿ, ಪಾಸ್ಕಾಚ್ಯಾ ಸನಾಚ್ಯಾ ಜೆವ್ನಾಚೆ ಬಕ್ರೆ ಬಲಿ ದಿತಲ್ಯಾ ದಿಸಿ, ಶಿಸಾನಿ ಜೆಜುಕ್ಡೆ ಯೆವ್ನ್ “ಪಾಸ್ಕಾಚ್ಯಾ ಜೆವ್ನಾಚಿ ತಯಾರಿ ಅಮಿ ಖೈ ಜಾವ್ನ್ ಕರುಚೆ ಮನುನ್ ತಿಯಾ ಮನ್ತೆ?” ಮನುನ್ ಇಚಾರ್ಲ್ಯಾನಿ.