Mark 14:3 — Compare Translations
7 translations compared side by side
Odia - 1840
"ଯୀଶୁ ବେଥନିଆ ରେ କୁଷ୍ଠ ରୋଗୀ ଶିମାନଙ୍କେ ଘ ରେ ଖାଇବାକୁ ବସିଥିବା ସମୟରେ ଜଣେ ସ୍ତ୍ରୀ ଲୋକ ତାହାଙ୍କ ପାଖକୁ ଆସିଲା। ସେ ଗୋଟିଏ ଧଳା, ଚିକ୍କଣ ସ୍ପଟିକ ସିଲଖଡି ପାତ୍ର ରେ ବହୁମୁଲ୍ଯ ଅତର ଭର୍ତ୍ତି କରି ଆଣିଥିଲା। ସେ ଅତର ଖାଣ୍ଟି କଟାମାଂସରୁ ତିଆରି ହାଇେଥିଲା। ସ୍ତ୍ରୀ ଲୋକଟି ପାତ୍ରଟି ଖାଲିଦେଇେ ସବୁତକ ଅତର ଯୀଶୁଙ୍କ ମୁଣ୍ଡ ରେ ଢାଳି ଦଲୋ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୀଶୁ ବେଥନୀୟାରେ କୁଷ୍ଠୀ ଶିମୋନଙ୍କ ଗୃହରେ ଭୋଜନରେ ବସିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ବେଥାନୀରେ କୁଷ୍ଠୀ ଶିମୋନ ନାମକ ଜଣେ ଲୋକର ଘରେ ଅତିଥି ହୋଇଥିଲେ। ଯୀଶୁ ସେଠାରେ ଭୋଜନରେ ବସିଥିବା ବେଳେ ଜଣେ ସ୍ତ୍ରୀ ଲୋକ ବହୁମୂଲ୍ୟ ଜଟାମାଂସୀ ସୁଗନ୍ଧି ତୈଳପୂର୍ଣ୍ଣ ଗୋଟିଏ ଧଳା ପଥର ପାତ୍ର ନେଇ ଆସିଲା। ସେ ପାତ୍ରଟିକୁ ଭାଙ୍ଗି ଯୀଶୁଙ୍କ ମସ୍ତକ ଉପରେ ସବୁ ତୈଳ ଢ଼ାଳି ଦେଲା।
Odia Bible ERV 2004 (ପବିତ୍ର ବାଇବଲ)
ଏକ ସ୍ତ୍ରୀର ବିଶେଷ କାର୍ଯ୍ୟ ଯୀଶୁ ବେଥନୀୟାରେ କୁଷ୍ଠରୋଗୀ ଶିମୋନଙ୍କ ଘରେ ଖାଇବାକୁ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖକୁ ଆସିଲା। ସେ ଗୋଟିଏ ଧଳା, ଚିକ୍କଣ ସ୍ଫଟିକ ସିଲଖଡ଼ି ପାତ୍ରରେ ବହୁମୂଲ୍ୟ ଅତର ଭର୍ତ୍ତି କରି ଆଣିଥିଲା। ସେ ଅତର ଖାଣ୍ଟି ଜଟାମାଂସରୁ ତିଆରି ହୋଇଥିଲା। ସ୍ତ୍ରୀ ଲୋକଟି ପାତ୍ରଟି ଖୋଲିଦେଇ ସବୁତକ ଅତର ଯୀଶୁଙ୍କ ମୁଣ୍ଡରେ ଢାଳି ଦେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ବେଥନୀୟାରେ କୁଷ୍ଠରୋଗରୁ ସୁସ୍ଥ ପାଇଥିବା ଶିମୋନଙ୍କ ଗୃହରେ ଭୋଜନରେ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ।
Odia IRV 2017 (ଓଡିଆ ବାଇବେଲ)
ସେ ବେଥନିଆରେ କୁଷ୍ଠୀ ଶିମୋନଙ୍କ ଗୃହରେ ଭୋଜନରେ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಬೆಥನಿ ಮನ್ತಲ್ಯಾ ಗಾಂವಾತ್ ಎಕ್ ಕಾಲಾತ್ ಕುಸ್ಟ್ ರೊಗ್ ಲಾಗ್ಲುನ್ ಗುನ್ ಹೊಲ್ಲ್ಯಾ ಸಿಮಾವಾಚ್ಯಾ ಘರಾತ್ ಜೆಜು ಜೆವಾನ್ ಕರುಕ್ ಲಾಗಲ್ಲೊ, ತನ್ನಾ ಲೈ ಮ್ಹಾಗ್ರೆ ಬರ್ಯಾ ವಾಸೆಚೆ ತೆಲ್ ಘೆವ್ನ್ ಎಕ್ ಬಾಯ್ಕೊಮನುಸ್ ಥೈ ಯೆಲಿ, ಅನಿ ಭರ್ನಿ ಉಗ್ಡುನ್ ತೆ ಸುಗಂದ್ತೆಲ್ ಜೆಜುಚ್ಯಾ ಟಕ್ಲ್ಯಾ ವರ್ತಿ ವೊತ್ಲಿನ್.