Mark 14:43 — Compare Translations

7 translations compared side by side

Odia - 1840
"ଯୀଶୁ ଏହି କଥା କହୁଥିବା ସମୟରେ ଯିହୁଦା ଆସି ସଠାେରେ ପହଞ୍ଚିଲା। ସେ ବାରଜଣ ପ୍ ରରେିତଙ୍କ ମଧିଅରେ ଜଣେ ଥିଲା। ତା ସାଙ୍ଗ ରେ ଆନକେ ଲୋକ ଥିଲେ। ସହେି ଲୋକମାନଙ୍କୁ ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ୟିହୁଦୀ ନେତାମାନେ ପଠାଇଥିଲେ। ୟିହୂଦା ଓ ସହେି ଲୋକମାନେ ହାତ ରେ ଖଣ୍ଡା ଓ ଠେଙ୍ଗା ଧରିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ତତ୍କ୍ଷଣାତ୍, ସେ କଥା କହୁଥିବା ସମୟରେ, ଦ୍ଵାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀବର୍ଗଙ୍କଠାରୁ ଲୋକସମୂହ ଖଡ଼୍‍ଗ ଓ ଯଷ୍ଟି ଧରି ଆସିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ଏକଥା କହିବାବେଳେ ତାଙ୍କ ଦ୍ୱାଦଶ ଶିଷ୍ୟମାନଙ୍କ ମଧ୍ୟରୁ ଯିହୁଦା ନାମକ ଶିଷ୍ୟ ଆସି ପହଞ୍ଚିଲା। ତା’ ସହିତ ଖଣ୍ଡା, ଠେଙ୍ଗା, ବାଡ଼ି ଧରି ଅନେକ ଲୋକ ଆସିଥିଲେ। ମୁଖ୍ୟ ପୁରୋହିତ, ଧର୍ମଗୁରୁ ଓ ଧର୍ମନେତାମାନେ ସେମାନଙ୍କୁ ପଠାଇଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ବନ୍ଦୀ ହେଲେ ଯୀଶୁ ଏହି କଥା କହୁଥିବା ସମୟରେ ଯିହୂଦା ଆସି ସେଠାରେ ପହଞ୍ଚିଲା। ସେ ବାରଜଣ ପ୍ରେରିତଙ୍କ ମଧ୍ୟରେ ଜଣେ ଥିଲା। ତା ସାଙ୍ଗରେ ଅନେକ ଲୋକ ଥିଲେ। ସେହି ଲୋକମାନଙ୍କୁ ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ଯିହୂଦୀ ନେତାମାନେ ପଠାଇଥିଲେ। ଯିହୂଦା ଓ ସେହି ଲୋକମାନେ ହାତରେ ଖଣ୍ଡା ଓ ଠେଙ୍ଗା ଧରିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ତତ୍‌କ୍ଷଣାତ୍, ଯୀଶୁ କଥା କହୁଥିବା ସମୟରେ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କଠାରୁ ଲୋକସମୂହ ଖଡ୍ଗ ଓ ଠେଙ୍ଗା ଧରି ଆସିଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ତତ୍‌କ୍ଷଣାତ୍, ଯୀଶୁ କଥା କହୁଥିବା ସମୟରେ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କଠାରୁ ଲୋକସମୂହ ଖଡ଼୍ଗ ଓ ଠେଙ୍ଗା ଧରି ଆସିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ಬೊಲುನ್ಗೆತುಚ್ ರಾತಾನಾ ಬಾರಾಜಾನಾನಿತ್ಲೊ ಜುದಾಸ್ ಯೆಲೊ. ಅನಿ ಹೆಚ್ಯಾ ಫಾಟ್ನಾ ಕೊಯ್ತೆ ಅನಿ ಟೊನೆ ಹಾತಾತ್ನಿ ಧರುನ್ ಘೆವ್ನ್ ಎಕ್ ಲೊಕಾಂಚೊ ತಾಂಡೊಚ್ ಯೆಲ್ಲೊ. ಮುಖ್ಯ ಯಾಜಕಾನಿ, ಖಾಯ್ದೆ ಸಿಕ್ವುತಲ್ಯಾನಿ ಅನಿ ವಡಿಲಾನಿ ತ್ಯಾ ಲೊಕಾಕ್ನಿ ಧಾಡುನ್ ದಿಲ್ಲ್ಯಾನಿ.