Mark 14:5 — Compare Translations

7 translations compared side by side

Odia - 1840
"ଏହି ଅତରତକ ଜଣକର ସାରା ବର୍ଷର ପରିଶ୍ରମର ମୂଲ୍ଯ ସଙ୍ଗେ ସମାନ। ଏହା ବିକା ଯାଇ ପାରିଥାଆନ୍ତା ଏବଂ ତହିଁର ଅର୍ଥ ଗରୀବ ଲୋକମାନଙ୍କୁ ବଣ୍ଟା ଯାଇ ପାରିଥାଆନ୍ତା। ତେଣୁ ସମାନେେ ସ୍ତ୍ରୀଲୋକଟିକୁ ଦୃଢ ଭାବରେ ସମାଲୋଚନା କରିବାକୁ ଲାଗିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି ତୈଳ ତ ଦେଢ଼ଶହ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା । ତେଣୁ ସେମାନେ ସେହି ସ୍ତ୍ରୀଲୋକଙ୍କୁ ଭର୍ତ୍ସନା କରିବାକୁ ଲାଗିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତାକୁ ବିକ୍ରି କରିଦେଇଥିଲେ, ତିନି ଶହରୁ ଅଧିକ ରୌପ୍ୟ ମୁଦ୍ରା ମିଳି ଥାଆନ୍ତା ଏବଂ ସେହି ଟଙ୍କା ଗରିବମାନଙ୍କୁ ଦିଆଯାଇ ପାରିଥାଆନ୍ତା”। ସ୍ତ୍ରୀ ଲୋକଟିକୁ ସେମାନେ ବହୁ ସମାଲୋଚନା କଲେ।
Odia Bible ERV 2004 (ପବିତ୍ର ବାଇବଲ)
ଏହି ଅତରତକ ଜଣକର ସାରା ବର୍ଷର ପରିଶ୍ରମର ମୂଲ୍ୟ ସଙ୍ଗେ ସମାନ। ଏହା ବିକା ଯାଇ ପାରିଥା’ନ୍ତା ଏବଂ ତହିଁର ଅର୍ଥ ଗରିବ ଲୋକମାନଙ୍କୁ ବଣ୍ଟା ଯାଇ ପାରିଥା’ନ୍ତା।” ତେଣୁ ସେମାନେ ସ୍ତ୍ରୀଲୋକଟିକୁ ଦୃଢ଼ ଭାବରେ ସମାଲୋଚନା କରିବାକୁ ଲାଗିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ତୈଳ ତ ତିନିଶହ ଦିନର ମଜୁରୀ ସମାନ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା। ତେଣୁ ସେମାନେ ସେହି ସ୍ତ୍ରୀଲୋକକୁ ଗାଳି କରିବାକୁ ଲାଗିଲେ।
Odia IRV 2017 (ଓଡିଆ ବାଇବେଲ)
ଏହି ତୈଳ ତ ଦେଢ଼ଶହ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥା'ନ୍ତା । ତେଣୁ ସେମାନେ ସେହି ସ୍ତ୍ରୀଲୋକକୁ ଗାଳି କରିବାକୁ ଲାଗିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಹೆ ತೆಲ್ ತಿನ್ ಸೆಂಬರ್ ಚಾಂದಿಚ್ಯಾ ಪೈಸ್ಯಾಕ್ನಿ ಇಕುನ್ ಯೆಲ್ಲೆ ಪೈಸೆ ಗರಿಬಾಕ್ನಿ ದಿಲ್ಯಾರ್ ಹೊಯ್ನಸಿತ್ತೆ ಕಾಯ್?” ಮನುನ್ ತ್ಯಾ ಬಾಯ್ಕೊಮನ್ಸಿಕ್ ಜೊರ್ ಕರ್‍ಲ್ಯಾನಿ.