Mark 14:65 — Compare Translations
7 translations compared side by side
Odia - 1840
"ସଠାେରେ ଉପସ୍ଥିତ ଥିବା କେତକେ ଲୋକ ଯୀଶୁଙ୍କ ଉପରକୁ ଛପେ ପକାଇଲେ। କେତକେ ଯୀଶୁଙ୍କ ମୁହଁ ଘୋଡଇେ ଦଇେ ବିଧା ମାରିଲେ, ଓ ଆଉ କେତକେ ଥଟ୍ଟା କରି କହିଲେ, ଏବେ ତୁମ୍ଭେ ଆମ୍ଭକୁ ଦେଖଇେ ଦିଅ ଯେ, ତୁମ୍ଭେ ଜଣେ ଭବିଷ୍ଯଦ୍ବକ୍ତା। ତା'ପରେ ପ୍ରହରୀମାନେ ତାହାଙ୍କୁ ନଇେ ଯାଇ ପିଟିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ! ପ୍ରମାଣ ଦେ । ଆଉ, ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କେତେକ ଯୀଶୁଙ୍କ ଉପରେ ଛେପ ପକାଇଲେ। ସେମାନେ ତାଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ତାଙ୍କୁ ପ୍ରହାର କରି ପଚାରିଲେ, “କିଏ ତୋତେ ମାରିଛି, କହ”। ପ୍ରହରୀମାନେ ତାଙ୍କୁ ଧରି ଚାପୁଡ଼ା ମାରିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେଠାରେ ଉପସ୍ଥିତ ଥିବା କେତେକ ଲୋକ ଯୀଶୁଙ୍କ ଉପରକୁ ଛେପ ପକାଇଲେ। କେତେକ ଯୀଶୁଙ୍କ ମୁହଁ ଘୋଡ଼େଇ ଦେଇ ବିଧା ମାରିଲେ, ଓ ଆଉ କେତେକ ଥଟ୍ଟା କରି କହିଲେ, “ଏବେ ତୁମ୍ଭେ ଆମ୍ଭକୁ ଦେଖେଇ ଦିଅ ଯେ, ତୁମ୍ଭେ ଜଣେ ଭବିଷ୍ୟଦ୍ବକ୍ତା।” ତା’ପରେ ପ୍ରହରୀମାନେ ତାହାଙ୍କୁ ନେଇ ଯାଇ ପିଟିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ! ପ୍ରମାଣ ଦେ। ଆଉ ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ! ପ୍ରମାଣ ଦେ। ଆଉ ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಂಚ್ಯಾತ್ಲ್ಯಾ ಥೊಡ್ಯಾನಿ ಜೆಜುಕ್ ಥುಕ್ಲ್ಯಾನಿ, ಅನಿ ತೆಚ್ಯಾ ಡೊಳ್ಯಾಕ್ನಿ ಫಾಳಿ ಭಾಂದುನ್ ತೆಕಾ ಡುಬ್ರಿತ್ ಮುಟ್ಕ್ಯಾನಿ ಮಾರ್ಲ್ಯಾನಿ ಅನಿ “ತುಕಾ ಮಾರಲ್ಲೆ ಕೊನ್ ಮನುನ್ ಸಾಂಗ್” ಮನುನ್ ಇಚಾರ್ಲ್ಯಾನಿ. ಅನಿ ರಾಕ್ವಾಲ್ಯಾನಿ ಠಪ್ರಾಕ್ಯಾ ಮಾರುನ್ ಘೆವ್ನ್ ಗೆಲ್ಯಾನಿ.