Mark 15:1 — Compare Translations

7 translations compared side by side

Odia - 1840
"ସକାଳ ହବେ ମାତ୍ ରେ ପ୍ରଧାନ ଯାଜକ, ପ୍ରାଚୀନ ଯିହୂଦୀ ନେତାଗଣ ଓ ଧର୍ମଶାସ୍ତ୍ରୀ ତଥା ସମଗ୍ର ଯିହୂଦୀ ମହାସଭା ଯୀଶୁଙ୍କ ପ୍ରତି କ'ଣ ବିଚାର କରାୟିବ, ତାହା ସ୍ଥିର କଲେ। ସମାନେେ ଯୀଶୁଙ୍କୁ ବାନ୍ଧି ଶାସନ କର୍ତ୍ତା ପୀଲାତଙ୍କ ପାଖକୁ ନଇଗେଲେ ଓ ତାହାଙ୍କ ହାତ ରେ ସମର୍ପଣ କରି ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରଭାତ ହେବାମାତ୍ରେ ସମସ୍ତ ମହାସଭା, ଅର୍ଥାତ୍, ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କ ସହିତଣପ୍ରଧାନ ଯାଜକମାନେ ସଭା କରି ଯୀଶୁଙ୍କୁ ବାନ୍ଧି ଘେନିଯାଇ ପୀଲାତଙ୍କ ହସ୍ତରେ ସମର୍ପଣ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଖ୍ୟ ପୁରୋହିତମାନେ ରାତି ପାହିଲାକ୍ଷଣି ଧର୍ମନେତା, ଧର୍ମଗୁରୁ ଓ ମହାସଭାର ସଦସ୍ୟମାନଙ୍କ ସହିତ ତରବରରେ ପରାମର୍ଶ କରି ସେମାନଙ୍କର କର୍ମପନ୍ଥା ସ୍ଥିର କଲେ। ଯୀଶୁଙ୍କୁ ଜଞ୍ଜିରରେ ବାନ୍ଧି ନେଇ ଯାଇ ପିଲାତଙ୍କ ହସ୍ତରେ ସମର୍ପଣ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ଶାସନକର୍ତ୍ତା ପୀଲାତ ଯୀଶୁଙ୍କୁ ପ୍ରଶ୍ନ କଲେ ସକାଳ ହେବା ମାତ୍ରେ ପ୍ରଧାନଯାଜକ, ପ୍ରାଚୀନ ଯିହୂଦୀ ନେତାଗଣ ଓ ଧର୍ମଶାସ୍ତ୍ରୀ ତଥା ସମଗ୍ର ଯିହୂଦୀ ମହାସଭା ଯୀଶୁଙ୍କ ପ୍ରତି କ’ଣ ବିଗ୍ଭର କରାଯିବ, ତାହା ସ୍ଥିର କଲେ। ସେମାନେ ଯୀଶୁଙ୍କୁ ବାନ୍ଧି ଶାସନକର୍ତ୍ତା ପୀଲାତଙ୍କ ପାଖକୁ ନେଇଗଲେ ଓ ତାହାଙ୍କ ହାତରେ ସମର୍ପଣ କରିଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରଭାତ ହେବାମାତ୍ରେ ସମସ୍ତେ ମହାସଭା, ଅର୍ଥାତ୍‍ ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କ ସହିତ ପ୍ରଧାନ ଯାଜକମାନେ ସଭା କରି ଯୀଶୁଙ୍କୁ ବାନ୍ଧି ଘେନିଯାଇ ପୀଲାତଙ୍କ ହସ୍ତରେ ସମର୍ପଣ କଲେ।
Odia IRV 2017 (ଓଡିଆ ବାଇବେଲ)
ପ୍ରଭାତ ହେବାମାତ୍ରେ ସମସ୍ତେ ମହାସଭା, ଅର୍ଥାତ୍ ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କ ସହିତ ପ୍ରଧାନ ଯାଜକମାନେ ସଭା କରି ଯୀଶୁଙ୍କୁ ବାନ୍ଧି ଘେନିଯାଇ ପୀଲାତଙ୍କ ହସ୍ତରେ ସମର୍ପଣ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಕ್ಕಾಳಿ ನಸ್ಕಾತ್ ಮುಖ್ಯ ಯಾಜಕಾನಿ ಲಗುಲಗುನಾ, ಜಾನ್ತ್ಯಾಕ್ನಿ, ಖಾಯ್ದೆ ಸಿಕ್ವುತಲ್ಯಾಕ್ನಿ ಅನಿ ಸಗ್ಳಿ ಸಭಾ ಮಿಳುನ್ ಕಾಯ್ ಕರ್‍ತಲೆ ಮನುನ್ ಸಗ್ಳೆ ಯವ್ಜುನ್ ಘೆಟ್ಲ್ಯಾನಿ. ಅನಿ ಸರ್‍ಪೊಳ್ಯಾನಿ ಭಾಂದುನ್ ತೆಕಾ ಪಿಲಾತಾಕ್ ಒಪಸ್ಲ್ಯಾನಿ.