Mark 15:36 — Compare Translations

7 translations compared side by side

Odia - 1840
"ସଠାରୁେ ଜଣେ ଲୋକ ଦୌଡିଯାଇ ଅମ୍ଳରସ ରେ ଭିଜାଇଥିବା ଗୋଟିଏ ସ୍ପଞ୍ଜ ଆଣିଲା। ସ୍ପଞ୍ଜକୁ ଗୋଟିଏ ବାଡି ରେ ବାନ୍ଧିଲା। ଯୀଶୁ ସ୍ପଞ୍ଜରୁ ଅମ୍ଳରସ ପିଇବେ ବୋଲି ସେ ବାଡିର ସ୍ପଞ୍ଜ ବନ୍ଧା ହାଇେଥିବା ପାଖଟି ତାହାଙ୍କ ଆଡକୁ ବଢାଇଲା। ଲୋକଟି କହିଲା, ଏବେ ଆମ୍ଭେ ଅପେକ୍ଷା କରିବା ଏବଂ ଏଲିୟ ଆସି ତାକୁ କୃଶ ଉପରୁ ତଳକୁ ନବୋକୁ ଆସୁଛନ୍ତି କି ନାହିଁ, ଦେଖିବା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଜଣେ ଦୌଡ଼ିଯାଇ ଗୋଟିଏ ସ୍ପଞ୍ଜ ଅମ୍ଳରସରେ ପୂର୍ଣ୍ଣ କରି ତାହା ଖଣ୍ତିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଇ କହିଲା, ରୁହ, ଏଲୀୟ ଏହାକୁ ଓହ୍ଲାଇବାକୁ ଆସୁଅଛନ୍ତି କି ନାହିଁ, ଦେଖିବା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କୁ ମଧ୍ୟରୁ ଜଣେ ଦୌଡ଼ିଯାଇ ଖଣ୍ଡିଏ ସ୍ପଞ୍ଜକୁ ଅମ୍ଲ ରସରେ ବୁଡ଼ାଇ ଗୋଟିଏ ବେତ ଆଗରେ ବାନ୍ଧିଲା ଓ ତାହା ଯୀଶୁଙ୍କ ଓଠ ପାଖକୁ ଉଠାଇ ଧରି କହିଲା, “ରହ ଦେଖିବା, ତାଙ୍କୁ କ୍ରୁଶରୁ ଓହ୍ଲାଇ ଆଣିବା ପାଇଁ ଏଲିୟ ଆସୁଛନ୍ତି କି ନାହିଁ?”
Odia Bible ERV 2004 (ପବିତ୍ର ବାଇବଲ)
ସେଠାରୁ ଜଣେ ଲୋକ ଦୌଡ଼ିଯାଇ ଅମ୍ଳରସରେ ଭିଜାଇଥିବା ଗୋଟିଏ ସ୍ପ‌ଞ୍ଜ୍‌ଆଣିଲା। ସ୍ପ‌ଞ୍ଜ୍‌କୁ ଗୋଟିଏ ବାଡ଼ିରେ ବାନ୍ଧିଲା। ଯୀଶୁ ସ୍ପ‌ଞ୍ଜ୍‌ରୁ ଅମ୍ଳରସ ପିଇବେ ବୋଲି ସେ ବାଡ଼ିଟିର ସ୍ପ‌ଞ୍ଜ୍‌ ବନ୍ଧା ହୋଇଥିବା ପାଖଟି ତାହାଙ୍କ ଆଡ଼କୁ ବଢ଼ାଇଲା। ଲୋକଟି କହିଲା, “ଏବେ ଆମ୍ଭେ ଅପେକ୍ଷା କରିବା ଏବଂ ଏଲିୟ ଆସି ତାକୁ କ୍ରୁଶ ଉପରୁ ତଳକୁ ନେବାକୁ ଆସୁଛନ୍ତି କି ନାହିଁ, ଦେଖିବା।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଜଣେ ଦୌଡ଼ିଯାଇ ଗୋଟିଏ ଏଜୋବ ଅମ୍ଳରସରେ ପୂର୍ଣ୍ଣ କରି ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଇ କହିଲା, ରୁହ, ଏଲୀୟ ଏହାକୁ ଓହ୍ଲାଇବାକୁ ଆସୁଅଛନ୍ତି କି ନାହିଁ ଦେଖିବା।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଜଣେ ଦୌଡ଼ିଯାଇ ଗୋଟିଏ ସ୍ପଞ୍ଜ ଆମ୍ବିଳା ରସରେ ପୂର୍ଣ୍ଣ କରି ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଇ କହିଲା, ରୁହ, ଏଲୀୟ ଏହାକୁ ଓହ୍ଲାଇବାକୁ ଆସୁଅଛନ୍ତି କି ନାହିଁ ଦେଖିବା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಥೈ ಹೊತ್ತೊ ಎಕ್ಲೊ ಪಳುನ್ ಗೆಲೊ ಅನಿ ಪಾನಿ ವೊಡುನ್ ಘೆತಲೊ ಕಾಪ್ಸಾ ಸರ್ಕೊ ಕಪ್ಡೊ ಘೆವ್ನ್ ಅಂಬೊಟ್ಲ್ಯಾ ವಾಯ್ನಾತ್ ಬುಡ್ವುನ್ ಎಕ್ ಝಲ್ಲೆಕ್ ಶಿರ್ಕುನ್ ಜೆಜುಚ್ಯಾ ಹೊಟ್ಟಾಕ್ನಿ ಲಾವುನ್ಗೆತ್ “ಎಲಿಯಾ ತೆಕಾ ಕುರ್ಸಾ ವೈನಾ ಖಾಲ್ತಿ ಉತ್ರುಕ್ ಯೆತಾ ಕಾಯ್ ಬಗುವಾ” ಮಟ್ಲ್ಯಾನ್.