Mark 16:20 — Compare Translations
7 translations compared side by side
Odia - 1840
"ତା'ପରେ ପ୍ ରରେିତମାନେ ପୃଥିବୀର ପ୍ରେତ୍ୟକକ ସ୍ଥାନକୁ ଯାଇ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଲେ ଏବଂ ପ୍ରଭୁ ସମାନଙ୍କେୁ ସାହାୟ୍ଯ କଲେ। ପ୍ରଭୁ ପ୍ରମାଣିତ କରି ଦେଲେ ଯେ, ପ୍ ରରେିତମାନେ ଯେଉଁ ସୁସମାଚାର ପ୍ରଚାର କରୁଥିଲେ ତାହା ସତ୍ଯ। ପ୍ରଭୁ ସମାନଙ୍କେୁ ଆଶ୍ଚର୍ୟ୍ଯକାର୍ୟ୍ଯ କରିବା ପାଇଁ ଶକ୍ତି ପ୍ରଦାନ କରି ଏହା ପ୍ରମାଣିତ କରି ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ଵାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଶିଷ୍ୟମାନେ ଯାଇ ସର୍ବତ୍ର ପ୍ରଚାର କଲେ। ସେମାନଙ୍କ ବାର୍ତ୍ତା ସତ୍ୟ ବୋଲି ପ୍ରମାଣିତ କରିବାକୁ ପ୍ରଭୁ ସେମାନଙ୍କ ସହିତ ବିଦ୍ୟମାନ ରହି ଅଲୌକିକ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଶକ୍ତି ଦେଲେ।) (ସେହି ସ୍ତ୍ରୀ ଲୋକମାନେ ପିତର ଓ ତାହାଙ୍କ ସଙ୍ଗୀମାନଙ୍କ ନିକଟକୁ ଯାଇ ଯାହା ଶୁଣିଥିଲେ, ତାହା ସବୁ ସେମାନଙ୍କୁ ଜଣାଇଲେ। ଏହା ପରେ ସ୍ୱୟଂ ଯୀଶୁ ଅନନ୍ତ ପରିତ୍ରାଣର ଏହି ପବିତ୍ର ଚିର ଜୀବନ୍ତ ବାର୍ତ୍ତାକୁ ପୂର୍ବରୁ ପଶ୍ଚିମ ଯାଏ ପ୍ରଚାର କରିବା ପାଇଁ ଶିଷ୍ୟମାନଙ୍କୁ ପ୍ରେରଣ କଲେ।)
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ପ୍ରେରିତମାନେ ପୃଥିବୀର ପ୍ରତ୍ୟେକ ସ୍ଥାନକୁ ଯାଇ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଲେ ଏବଂ ପ୍ରଭୁ ସେମାନଙ୍କୁ ସାହାଯ୍ୟ କଲେ। ପ୍ରଭୁ ପ୍ରମାଣିତ କରିଦେଲେ ଯେ, ପ୍ରେରିତମାନେ ଯେଉଁ ସୁସମାଗ୍ଭର ପ୍ରଗ୍ଭର କରୁଥିଲେ ତାହା ସତ୍ୟ। ପ୍ରଭୁ ସେମାନଙ୍କୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରି ଏହା ପ୍ରମାଣିତ କରିଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ। ]
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಶಿಸಾನಿ ಸಗ್ಳ್ಯಾಕ್ಡೆ ಜಾವ್ನ್ ಬರಿ ಖಬರ್ ಸಾಂಗ್ಲ್ಯಾನಿ ಅನಿ ದೆವಾನ್ ತೆಂಚ್ಯಾ ವಾಂಗ್ಡಾ ಕಾಮ್ ಕರುನ್ ಸುಮಾರ್ ವಿಚಿತ್ರಾ ಕರ್ತಲ್ಯಾಚ್ಯಾ ವೈನಾ ಹೆನಿ ಸಾಂಗ್ತಲಿ ಬರಿ ಖಬರ್ ಖರಿ ಹಾಯ್ ಮನುನ್ ದಾಕ್ವುನ್ ದಿಲ್ಯಾನ್.