Mark 2:12 — Compare Translations
7 translations compared side by side
Odia - 1840
"ପକ୍ଷାଘାତ ଲୋକଟି ଠିଆ ହେଲା। ବିଛଣା ଧରିଲା ଏବଂ ଘର ଭିତରୁ ବାହାରକୁ ବାହାରିଗଲା। ସବୁ ଲୋକେ ତାକୁ ଦେଖି ପାରିଲେ। ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ ଓ ପରମେଶ୍ବରଙ୍କ ମହିମାଗାନ କଲେ। ସମାନେେ କହିଲେ, ଆମ୍ଭମାନେେ ଏଭଳି ଆଶ୍ଚର୍ୟ୍ଯ ଘଟଣା କବେେ ହେଲେ ଦେଖି ନଥିଲୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସେ ଉଠି ତତ୍କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହରିଗଲା; ତହିଁରେ ସମସ୍ତେ ଆଚ଼ମ୍ଵିତ ହୋଇ ଈଶ୍ଵରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସମସ୍ତେ ଚାହିଁ ରହିଥିବାବେଳେ, ରୋଗୀ ଉଠି ପଡ଼ି ବିଛଣା ଧରି ଚାଲିଗଲା। ଏଥିରେ ସମସ୍ତେ ବିସ୍ମିତ ହୋଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ କହିଲେ, “ଆମେ ଏପରି କଥା କେବେ ଦେଖି ନ ଥିଲୁ।”
Odia Bible ERV 2004 (ପବିତ୍ର ବାଇବଲ)
ପକ୍ଷାଘାତ ଲୋକଟି ଠିଆ ହେଲା। ବିଛଣା ଧରିଲା ଏବଂ ଘର ଭିତରୁ ବାହାରକୁ ବାହାରିଗଲା। ସବୁ ଲୋକେ ତାକୁ ଦେଖି ପାରିଲେ। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଆମ୍ଭେମାନେ ଏଭଳି ଆଶ୍ଚର୍ଯ୍ୟ ଘଟଣା କେବେ ହେଲେ ଦେଖି ନ ଥିଲୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସେ ଉଠି ତତ୍କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ଭିତ ହୋଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସେ ଉଠି ତତ୍କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ବିତ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತಾಬೊಡ್ತೊಬ್ ತೊ ಮಾನುಸ್ ಉಟುನ್ ಇಬೆ ರ್ಹಾಲೊ, ಅನಿ ಅಪ್ನಾಚೆ ಹಾತ್ರಾನ್ ಘೆವ್ನ್ ಸಗ್ಳ್ಯಾಂಚ್ಯಾ ಇದ್ರಾಕ್ನಾಚ್ ಚಲುನ್ಗೆತ್ ಗೆಲೊ, ಹೆ ಬಗಟಲ್ಲಿ ಸಗ್ಳಿ ಲೊಕಾ ಅಜಾಪ್ ಹೊಲಿ, ಅನಿ “ದೆವಾ, ಹೆ ಕಸ್ಲೆ ಅಜಾಪ್ ಅಮಿ ಬಗಿ ಸರ್ಕೆ ಕರ್ಲೆ!” ಮನುನ್ ದೆವಾಕ್ ಹೊಗಳ್ಳ್ಯಾನಿ.