Mark 2:26 — Compare Translations

7 translations compared side by side

Odia - 1840
"ତୁମ୍ଭମାନେେ କ'ଣ ପଢିନାହଁ ଯେ, ଅବିଯାଥାର ମହାୟାଜକ ଥିବା ସମୟରେ ଦାଉଦ ପରମେଶ୍ବରଙ୍କ ମନ୍ଦିର ରେ ପ୍ରବେଶ କରି ପରମେଶ୍ବରଙ୍କୁ ଅର୍ପଣ କରାଯାଇ ଥିବା ଖାଦ୍ୟ ଖାଇଥିଲେ? ମାଶାଙ୍କେ ନିୟମ ଅନୁସାରେ ଯାଜକମାନେ କବଳେ ସହେି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ଯତୀତ ଆଉ କାହାରିକୁ ସହେି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ଯ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦଇେଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅବୀୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ଵରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଦର୍ଶନୀରୋଟୀ ଯାଜକମାନଙ୍କ ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ସେ ଓ ତାଙ୍କ ସାଥୀମାନେ କ୍ଷୁଧିତ ହେବାରୁ, ଈଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ରୋଟୀ ଖାଇ ଦେଇଥିଲେ। ଆବିଆଥାର ପ୍ରଧାନ ପୁରୋହିତ ଥିବାବେଳେ ଏହି ଘଟଣା ଘଟିଥିଲା। ଆମ ଶାସ୍ତ୍ର ଅନୁଯାୟୀ କେବଳ ପୁରୋହିତମାନେ ଏହି ରୋଟୀ ଖାଇବା ବିଧିସଙ୍ଗତ। କିନ୍ତୁ ଦାଉଦ ନିଜେ ଏହା ଖାଇ ତାଙ୍କ ସାଥୀମାନଙ୍କୁ ମଧ୍ୟ ଦେଇଥିଲେ।”
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ କ’ଣ ପଢ଼ି ନାହଁ ଯେ, ଅବିୟାଥର ମହାଯାଜକ ଥିବା ସମୟରେ ଦାଉଦ ପରମେଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ଖାଦ୍ୟ ଖାଇଥିଲେ? ମୋଶାଙ୍କ ନିୟମ ଅନୁସାରେ ଯାଜକମାନେ କେବଳ ସେହି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ୟତୀତ ଆଉ କାହାରିକୁ ସେହି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ୟ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦେଇଥିଲେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅବିୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି, ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ।”
Odia IRV 2017 (ଓଡିଆ ବାଇବେଲ)
ଅବିୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ୱରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି, ଆପଣା ସଙ୍ଗୀମମାନଙ୍କୁ ମଧ୍ୟ ଦେଇଥିଲେ ।"
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಭಿಯಾತರ್ ಮಹಾಯಾಜಕ್ ಹೊತ್ತ್ಯಾ ಕಾಲಾತ್, ದಾವಿದ್ ದೆವಾಚ್ಯಾ ಗುಡಿತ್ ಗೆಲೊ ಅನಿ ಅಮ್ಚ್ಯಾ ಖಾಯ್ದ್ಯಾ ಪರ್‍ಕಾರ್ ಯಾಜಕಾನಿ ಸೊಡುನ್, ಅನಿ ಕೊನಾಕ್ಬಿ ಖಾವ್ಕ್ ಪರ್ವಾನ್ಗಿ ನಸಲ್ಲ್ಯಾ, ದೆವಾಕ್ ಭೆಟ್ವಲ್ಲ್ಯಾ ಭಾಕ್ರಿಯಾ ಖಾಲ್ಯಾನ್, ಅನಿ ಅಪ್ಲ್ಯಾ ವಾಂಗ್ಡಿಯಾಕ್ನಿಬಿ ಹಾನುನ್ ದಿಲ್ಯಾನ್.” ಮನುನ್ ಜಬಾಬ್ ದಿಲ್ಯಾನ್.