Mark 3:8 — Compare Translations

7 translations compared side by side

Odia - 1840
"ୟିହୂଦା, ୟିରୂଶାଲମ, ଏଦୋମ, ୟର୍ଦ୍ଦନ ନଦୀର ଅପର ପାଶର୍‌ବ ସୋର ଓ ସୀଦୋନର ଚାରିଆଡୁ ଅନକେ ଲୋକ ମଧ୍ଯ ଆସି ପହନ୍ଚିଲେ। ଏ ଲୋକମାନେ ଆସିବାର କାରଣ ହେଲା, ଯୀଶୁ ଯାହା ସବୁ କରୁଥିଲେ, ସେ ସମସ୍ତ ଘଟଣା ସମାନେେ ଶୁଣି ସାରିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯିରୂଶାଲମ, ଇଦୋମ, ଯର୍ଦ୍ଦନର ଅପର ପାର୍ଶ୍ଵ, ପୁଣି ସୋର ଓ ସୀଦୋନର ଚତୁର୍ଦ୍ଦିଗରୁ ମହାଜନତା ତାହାଙ୍କ ସମସ୍ତ କର୍ମର କଥା ଶୁଣି ତାହାଙ୍କ ନିକଟକୁ ଆସିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନ ଗାଲିଲୀ, ଯିହୁଦା, ଯିରୂଶାଲମ, ଏଦୋମ, ଯର୍ଦ୍ଦନ ନଦୀର ପୂର୍ବବର୍ତ୍ତୀ ଅଞ୍ଚଳ ଏବଂ ସୋର ଓ ସିଦୋନ ସହର ନିକଟବର୍ତ୍ତୀ ଅଞ୍ଚଳରୁ ଆସିଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯିହୂଦା, ଯିରୁଶାଲମ, ଇଦୋମ, ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱ ସୋର ଓ ସୀଦୋନର ଗ୍ଭରିଆଡ଼ୁ ଅନେକ ଲୋକ ମଧ୍ୟ ଆସି ପହଞ୍ଚିଲେ। ଏ ଲୋକମାନେ ଆସିବାର କାରଣ ହେଲା, ଯୀଶୁ ଯାହାସବୁ କରୁଥିଲେ, ସେ ସମସ୍ତ ଘଟଣା ସେମାନେ ଶୁଣି ସାରିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯିରୂଶାଲମ, ଇଦୋମ, ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱ, ପୁଣି, ସୋର ଓ ସୀଦୋନ ସହରର ଚତୁର୍ଦ୍ଦିଗରୁ ମହାଜନତା ତାହାଙ୍କ ସମସ୍ତ କର୍ମର କଥା ଶୁଣି ତାହାଙ୍କ ନିକଟକୁ ଆସିଲେ।
Odia IRV 2017 (ଓଡିଆ ବାଇବେଲ)
ଯିରୂଶାଲମ, ଇଦୋମ, ଯର୍ଦ୍ଦନର ଅପର ପାର୍ଶ୍ୱ, ପୁଣି, ସୋର ଓ ସୀଦୋନର ଚତୁର୍ଦ୍ଦିଗରୁ ମହାଜନତା ତାହାଙ୍କ ସମସ୍ତ କର୍ମର କଥା ଶୁଣି ତାହାଙ୍କ ନିକଟକୁ ଆସିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಗಾಲಿಲಿಯಾ, ಜುದೆಯಾ, ಅನಿ ಇದುಮೆಯಾ, ಮನ್ತಲ್ಯಾ ಪ್ರಾಂತ್ಯಾನಿತ್ನಾ, ಜೆರುಜಲೆಮ್, ಮನ್ತಲ್ಯಾ ಶಾರಾತ್ನಾ, ಅನಿ ಜೊರ್ದಾನ್ ನ್ಹಯ್ಚ್ಯಾ ತಿಕುಲ್ಲ್ಯಾ ಬಾಜುಕ್ನಾ, ತಿರ್ ಅನಿ ಸಿದೊನ್ ಮನ್ತಲ್ಯಾ ಶಾರಾಂಚ್ಯಾ ಅಜು-ಬಾಜುಚ್ಯಾ ಗಾವಾನಿತ್ನಾ, ಜೆಜುನ್ ಕರಲ್ಲ್ಯಾ ಬರ್‍ಯಾ ಕಾಮಾಂಚಿ ಖಬರ್ ಆಯ್ಕುನ್, ಹಿ ಲೊಕಾ ಥೈ ಯೆವ್ನ್ ಗೊಳಾ ಹೊಲ್ಲಿ.