Mark 4:1 — Compare Translations
7 translations compared side by side
Odia - 1840
"ଯୀଶୁ ପୁଣି ହ୍ରଦ କୂଳ ରେ ଉପଦେଶ ଦବୋ ଆରମ୍ଭ କଲେ। ସଠାେରେ ତାହାଙ୍କ ଚାରିପଟେ ବହୁତ ଲୋକ ଜମା ହାଇଗେଲେ। ତେଣୁ ସେ ହ୍ରଦ ରେ ଥାବା ଗୋଠିଏ ଡଙ୍ଗା ରେ ଯାଇ ବସିଲେ। ଅନ୍ୟ ସବୁ ଲୋକ ହ୍ରଦର କୂଳ ରେ ଠିଆ ହାଇେ ରହିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ସମୁଦ୍ରକୂଳରେ ପୁନର୍ବାର ଶିକ୍ଷା ଦେବାକୁ ଲାଗିଲେ, ଆଉ ଏତେ ଅଧିକ ସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ ଯେ, ସେ ସମୁଦ୍ରରେ ଥିବା ଗୋଟିଏ ନୌକାରେ ଯାଇ ବସିଲେ ଓ ଲୋକସମୂହ ସମୁଦ୍ର ନିକଟବର୍ତ୍ତୀ ସ୍ଥଳରେ ରହିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ହ୍ରଦ କୂଳରେ ଯୀଶୁ ପୁଣି ଥରେ ଶିକ୍ଷା ଦେବାକୁ ଆରମ୍ଭ କଲେ। ଯୀଶୁଙ୍କ ଚାରିପଟେ ଏତେ ଲୋକ ଘେରିଗଲେ ଯେ ସେ ଗୋଟିଏ ନୌକାରେ ଯାଇ ବସିଲେ। ନୌକାଟି ପାଣି ଭିତରେ ଅଳ୍ପ ଦୂରରେ ଥିଲା ଓ ଲୋକମାନେ କୂଳରେ ଠିଆ ହୋଇ ରହିଲେ।
Odia Bible ERV 2004 (ପବିତ୍ର ବାଇବଲ)
କୃଷକ ବୀଜ ବୁଣିବା ବିଷୟରେ ଦୃଷ୍ଟାନ୍ତ କଥା ଯୀଶୁ ପୁଣି ହ୍ରଦ କୂଳରେ ଉପଦେଶ ଦେବା ଆରମ୍ଭ କଲେ। ସେଠାରେ ତାହାଙ୍କ ଗ୍ଭରିପଟେ ବହୁତ ଲୋକ ଜମା ହୋଇଗଲେ। ତେଣୁ ସେ ହ୍ରଦରେ ଥିବା ଗୋଟିଏ ଡଙ୍ଗାରେ ଯାଇ ବସିଲେ। ଅନ୍ୟ ସବୁ ଲୋକ ହ୍ରଦର କୂଳରେ ଠିଆ ହୋଇ ରହିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୀଶୁ ସମୁଦ୍ରକୂଳରେ ପୁନର୍ବାର ଶିକ୍ଷା ଦେବାକୁ ଲାଗିଲେ, ଆଉ ଏତେ ଅଧିକ ସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ ଯେ, ସେ ସମୁଦ୍ରରେ ଥିବା ଗୋଟିଏ ନୌକାରେ ଯାଇ ବସିଲେ ଓ ଲୋକସମୂହ ସମୁଦ୍ର ନିକଟବର୍ତ୍ତୀ ସ୍ଥଳରେ ରହିଲେ।
Odia IRV 2017 (ଓଡିଆ ବାଇବେଲ)
ସେ ସମୁଦ୍ରକୂଳରେ ପୁନର୍ବାର ଶିକ୍ଷା ଦେବାକୁ ଲାଗିଲେ, ଆଉ ଏତେ ଅଧିକସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ ଯେ, ସେ ସମୁଦ୍ରରେ ଥିବା ଗୋଟିଏ ନୌକାରେ ଯାଇ ବସିଲେ ଓ ଲୋକସମୂହ ସମୁଦ୍ର ନିକଟବର୍ତ୍ତୀ ସ୍ଥଳରେ ରହିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಜೆಜು, ಗಾಲಿಲಿಯಾ ಸಮುಂದರಾಚ್ಯಾ ದಂಡೆಕ್ ಜಾವ್ನ್ ಸಿಕ್ವುಕ್ಲಾಗ್ಲೊ. ಥೈ ಲೈ ಲೊಕಾ ತೆಚೆಕ್ಡೆ ಯೆವ್ನ್ ಗೊಳಾ ಹೊಲಿ. ತಸೆ ಮನುನ್ ಜೆಜು ಸಮುಂದರಾತ್ ಇಬೆ ಕರಲ್ಲ್ಯಾ ಢೊನಿತ್ ಚಡುನ್ ಬಸ್ಲೊ.