Mark 4:12 — Compare Translations
7 translations compared side by side
Odia - 1840
"ମୁଁ ଏପରି କରେ କାରଣ:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେପରି ସେମାନେ ଦେଖୁ ଦେଖୁ ଜ୍ଞାତ ହୁଅନ୍ତି ନାହିଁ, ପୁଣି ଶୁଣୁ ଶୁଣୁ ବୁଝନ୍ତି ନାହିଁ, କାଳେ ସେମାନେ ଫେରି ଆସନ୍ତି ଓ କ୍ଷମା ପ୍ରାପ୍ତ ହୁଅନ୍ତି।
Odia BSI (ପବିତ୍ର ବାଇବଲ (CL) NT (BSI))
‘ସେମାନେ ଚାହିଁ ରହନ୍ତି କିନ୍ତୁ କିଛି ଦେଖି ପାରନ୍ତି ନାହିଁ। ସବୁ କଥା ଶୁଣୁ ଥାଆନ୍ତି କିନ୍ତୁ କିଛି ବୁଝି ପାରନ୍ତି ନାହିଁ। ସେମାନେ ଯଦି ପ୍ରକୃତରେ ଦେଖନ୍ତେ ଓ ବୁଝନ୍ତେ, ସେମାନେ ଈଶ୍ୱରଙ୍କ ନିକଟକୁ ଫେରି ଆସନ୍ତେ ଏବଂ ଈଶ୍ୱର ସେମାନଙ୍କୁ କ୍ଷମା ଦିଅନ୍ତେ’।”
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଏପରି କରେ କାରଣ: ‘ସେମାନେ ଖାଲି ଗ୍ଭହୁଁଥିବେ ସିନା କିନ୍ତୁ କିଛି ଦେଖି ପାରୁ ନ ଥିବେ। ସେମାନେ ଖାଲି ଶୁଣୁଥିବେ ସିନା କିଛି ବୁଝି ପାରୁ ନ ଥିବେ। ଯଦି ସେମାନେ ଦେଖି ପାରିବେ ଓ ବୁଝି ପାରିବେ, ତେବେ ସେମାନେ ବଦଳି ଯିବେ ଓ କ୍ଷମା ପାଇ ଯିବେ।’”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେପରି ‘ସେମାନେ ଦେଖୁ ଦେଖୁ ଜ୍ଞାତ ହୁଅନ୍ତି ନାହିଁ, ପୁଣି, ଶୁଣୁ ଶୁଣୁ ବୁଝନ୍ତି ନାହିଁ, କାଳେ ସେମାନେ ଫେରିଆସନ୍ତି ଓ କ୍ଷମା ପ୍ରାପ୍ତ ହୁଅନ୍ତି।’”
Odia IRV 2017 (ଓଡିଆ ବାଇବେଲ)
ଯେପରି ସେମାନେ ଦେଖୁ ଦେଖୁ ଜ୍ଞାତ ହୁଅନ୍ତି ନାହିଁ, ପୁଣି, ଶୁଣୁ ଶୁଣୁ ବୁଝନ୍ତି ନାହିଁ, କାଳେ ସେମାନେ ଫେରିଆସନ୍ତି ଓ କ୍ଷମା ପ୍ରାପ୍ତ ହୁଅନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚ್ಯಾ ಸಾಟ್ನಿ “ತೆನಿ ಬಗಟ್ಲ್ಯಾರ್ಬಿ, ತೆಂಕಾ ದಿಸಿನಾ, ತೆನಿ ಅಯಿಕ್ಲ್ಯಾರ್ಬಿ, ತೆಂಕಾ ಕಳಿನಾ, ತೆನಿ ಅಶೆ ಕರ್ಲ್ಯಾರ್, ತೆನಿ ದೆವಾಕ್ಡೆ ಪರ್ತುನ್ ಯೆತಿಲ್, ಅನಿ ತೊ ತೆಂಕಾ ಮಾಪ್ ಕರಿಲ್ ” ಮಟ್ಲ್ಯಾನ್.