Mark 5:15 — Compare Translations

7 translations compared side by side

Odia - 1840
"ସମାନେେ ଯୀଶୁଙ୍କ ପାଖ ରେ ପହଞ୍ଚି ଦେଖିଲେ ଯାହା ଦହେ ରେ ବାହିନୀଭୂତ ପ୍ରବେଶ କରିଥିଲା, ସେ ଲୋକଟି ଲୁଗାପଟା ପିନ୍ଧି ଭଲ ଭାବରେ ବସିଛି। ତାହାର ମନ ଭଲ ହାଇେ ଯାଇଛି। ଏହା ଦେଖି ସମାନେେ ଭୟଭୀତ ହେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି ସେହି ଭୂତଗ୍ରସ୍ତ, ଅର୍ଥାତ୍, ଯାହାକୁ ପୂର୍ବରେ ବାହିନୀ ଭୂତ ଲାଗିଥିଲା, ତାହାକୁ ଲୁଗା ପିନ୍ଧି ଭଲ ମନରେ ବସିଥିବା ଦେଖି ଭୀତ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଦେଖିଲେ ଯେ ଭୂତଗ୍ରସ୍ତ ଲୋକଟି ଲୁଗା ପିନ୍ଧି ପ୍ରକୃତିସ୍ଥ ହୋଇ ଯୀଶୁଙ୍କୁ ପାଖରେ ବସିଛି। ଏହା ଦେଖି ସେମାନେ ଆତଙ୍କିତ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଯୀଶୁଙ୍କ ପାଖରେ ପହଞ୍ଚି ଦେଖିଲେ ଯାହା ଦେହରେ ବାହିନୀଭୂତ ପ୍ରବେଶ କରିଥିଲା, ସେ ଲୋକଟି ଲୁଗାପଟା ପିନ୍ଧି ଭଲ ଭାବରେ ବସିଛି। ତାହାର ମନ ଭଲ ହୋଇ ଯାଇଛି। ଏହା ଦେଖି ସେମାନେ ଭୟଭୀତ ହେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି ସେହି ଭୂତଗ୍ରସ୍ତ, ଅର୍ଥାତ୍‍ ଯାହାକୁ ପୂର୍ବରେ ବାହିନୀ ଭୂତ ଲାଗିଥିଲା, ତାହାକୁ ଲୁଗା ପିନ୍ଧି ଭଲ ମନରେ ବସିଥିବା ଦେଖି ଭୀତ ହେଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି ସେହି ଭୂତଗ୍ରସ୍ତ, ଅର୍ଥାତ୍ ଯାହାକୁ ପୁର୍ବରେ ବାହିନୀ ଭୂତ ଲାଗିଥିଲା, ତାହାକୁ ଲୁଗା ପିନ୍ଧି ଭଲ ମନରେ ବସିଥିବା ଦେଖି ଭୀତ ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ, ಜೆಜುಕ್ಡೆ ಯೆಲ್ಲ್ಯಾ ತನ್ನಾ, ತ್ಯಾ ಗಿರ್‍ಯಾಂಚೊ ತಾಂಡೊ ಲಾಗಲ್ಲ್ಯಾ ಮಾನ್ಸಾಕ್ ಬಗಟ್ಲ್ಯಾನಿ, ತೊ ಥೈ ಬಸಲ್ಲೊ, ತೆನಿ ಬರೆ ಕಪ್ಡೆ ನೆಸಲ್ಲ್ಯಾನ್, ತೊ ಬರ್‍ಯಾ ಬುದ್ದಿನಿ ಬಸಲ್ಲೊ; ಅನಿ ತೆನಿ, ಸಗ್ಳೆ ಜಾನಾ ಭಿಂವ್ನ್ ಗೆಲ್ಲೆ.