Mark 5:39 — Compare Translations
7 translations compared side by side
Odia - 1840
"ଯୀଶୁ ଘର ଭିତ ରେ ପ୍ରବେଶ କରି ଲୋକମାନଙ୍କୁ କହିଲେ, ତୁମ୍ଭେ ସବୁ କାହିଁକି ଏତେ ପାଟିତୁଣ୍ଡ ଓ କନ୍ଦାକଟା କରୁଛ? ଏ ପିଲାଟି ମରି ନାହିଁ, ସେ କବଳେ ଶୋଇ ଯାଇଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଭିତରକୁ ଯାଇ ସେମାନଙ୍କୁ କହିଲେ, କାହିଁକି କୋଳାହଳ ଓ ରୋଦନ କରୁଅଛ? ପିଲାଟି ମରି ନାହିଁ, ମାତ୍ର ଶୋଇପଡ଼ିଅଛି। ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଭିତରକୁ ଯାଇ ସେମାନଙ୍କୁ କହିଲେ, “କାହିଁକି କୋଳାହଳ କରୁଛ? କାହିଁକି କାନ୍ଦୁଛ? ପିଲାଟି ମରି ନାହିଁ, ଶୋଇଛି।”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଘର ଭିତରେ ପ୍ରବେଶ କରି ଲୋକମାନଙ୍କୁ କହିଲେ, “ତୁମ୍ଭେ ସବୁ କାହିଁକି ଏତେ ପାଟିତୁଣ୍ଡ ଓ କନ୍ଦାକଟା କରୁଛ? ଏ ପିଲାଟି ମରି ନାହିଁ, ସେ କେବଳ ଶୋଇ ଯାଇଛି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଭିତରକୁ ଯାଇ ସେମାନଙ୍କୁ କହିଲେ, “କାହିଁକି କୋଳାହଳ ଓ ରୋଦନ କରୁଅଛ? ପିଲାଟି ମରି ନାହିଁ, ମାତ୍ର ଶୋଇପଡ଼ିଅଛି।” ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଭିତରକୁ ଯାଇ ସେମାନଙ୍କୁ କହିଲେ, କାହିଁକି କୋଳାହଳ ଓ ରୋଦନ କରୁଅଛ? ପିଲାଟି ମରି ନାହିଁ, ମାତ୍ର ଶୋଇପଡ଼ିଅଛି। ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ತ್ಯಾ ಘರಾತ್ ಭುತ್ತುರ್ ಗೆಲೊ ಅನಿ ತ್ಯಾ ರಡ್ತಲ್ಯಾ ಲೊಕಾಕ್ನಿ “ಅರೆ! ತುಮಿ ಕಶ್ಯಾಕ್ ರಡುಲ್ಯಾಸಿ? ಎವ್ಡಿ ಲೈ ಧಾಂದಲ್ ಕಶ್ಯಾಕ್ ಕರುಕ್ ಲಾಗ್ಲ್ಯಾಶಿ? ತೆ ಚೆಡು ಮರುಕ್ನಾ, ನಿದ್ಲಾ” ಮಟ್ಲ್ಯಾನ್.