Mark 6:14 — Compare Translations
7 translations compared side by side
Odia - 1840
"ରାଜା ହରେୋଦ ଯୀଶୁଙ୍କ ବିଷୟ ରେ ଶୁଣିଲେ। କାରଣ ବର୍ତ୍ତମାନ ଯୀଶୁଙ୍କ ଖ୍ଯାତି ଗ୍ଭରିଆଡେ ବ୍ଯାପି ଯାଇଥିଲା। କେତକେ ଲୋକ କହୁଥିଲେ, ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ। ସେ ମୃତ୍ଯୁରୁ ପୁନରୂତ୍ଥିତ ହାଇେଛନ୍ତି। ସେଥି ଯୋଗୁଁ ସେ ଆଶ୍ଚର୍ୟ୍ଯକାର୍ୟ୍ଯ କରି ପାରୁଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ।। ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏ ସମସ୍ତ ବିଷୟ ରାଜା ହେରୋଦ ଶୁଣିଲେ, କାରଣ ଯୀଶୁଙ୍କ ସୁଖ୍ୟାତି ଚତୁର୍ଦ୍ଦିଗରେ ବ୍ୟାପି ଯାଇଥିଲା। କେତେକ କହୁଥିଲେ, “ଦୀକ୍ଷାଦାତା ଯୋହନ ପୁନର୍ଜୀବିତ ହୋଇଛନ୍ତି। ସେଥିପାଇଁ ଏସବୁ ଅଲୌକିକ କାର୍ଯ୍ୟ କରିବାକୁ ସେ ଶକ୍ତି ଲାଭ କରିଛନ୍ତି।”
Odia Bible ERV 2004 (ପବିତ୍ର ବାଇବଲ)
ହେରୋଦ ଭାବନ୍ତି ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ ରାଜା ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଲେ। କାରଣ ବର୍ତ୍ତମାନ ଯୀଶୁଙ୍କ ଖ୍ୟାତି ଗ୍ଭରିଆଡ଼େ ବ୍ୟାପି ଯାଇଥିଲା। କେତେକ ଲୋକ କହୁଥିଲେ, “ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ। ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇଛନ୍ତି। ସେଥି ଯୋଗୁଁ ସେ ଆଶ୍ଚର୍ଯ୍ୟକାର୍ଯ୍ୟ କରି ପାରୁଛନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି।
Odia IRV 2017 (ଓଡିଆ ବାଇବେଲ)
ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆರೊದ್ ರಾಜಾನ್ ಹೆಚ್ಯಾ ವಿಶಯಾತ್ ಆಯ್ಕ್ಲ್ಯಾನ್, ಕಶ್ಯಾಕ್ ಮಟ್ಲ್ಯಾರ್ ಜೆಜುಚಿ ಖಬರ್ ಸಗ್ಳ್ಯಾಕ್ಡೆ ಫರ್ಗಟಲ್ಲಿ. ಥೊಡೆಜಾನಾ “ಬಾಲ್ತಿಮ್ ದಿತಲೊ ಜುವಾಂವ್ ಮರಲ್ಲೊ ಅನಿ ಝಿತ್ತೊ ಹೊವ್ನ್ ಯೆಲಾ! ತಸೆ ಮನುನ್ ತೆಕಾ ಅಜಾಪಾ ಕರ್ತಲೊ ಬಳ್ ಹಾಯ್” ಮನುಲಾಗಲ್ಲ್ಯಾನಿ.