Mark 6:41 — Compare Translations

7 translations compared side by side

Odia - 1840
"ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ଟକେି ସ୍ବର୍ଗ ଆଡକୁ ଚାହିଁ ପରମେଶ୍ବରଙ୍କୁ ରୋଟୀ ପାଇଁ ଧନ୍ଯବାଦ ଦେଲେ। ସେ ରୋଟୀ ଗୁଡିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କୁ ଲୋକମାନଙ୍କ ମଧିଅରେ ପରଶିବାକୁ ଦେଲେ। ତା'ପରେ ମାଛକୁ ମଧ୍ଯ ସେ ଖଣ୍ଡ-ଖଣ୍ଡ କଲେ ଓ ଲୋକଙ୍କ ମଧିଅରେ ସହେିଭଳି ବାଣ୍ଟି ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ଯୀଶୁ ସେହି ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଘେନି ସ୍ଵର୍ଗ ଆଡ଼େ ଊର୍ଦ୍ଧ୍ଵଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୋଟୀଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ । ପୁଣି, ସେହି ଦୁଇ ମାଛ ସେ ସମସ୍ତଙ୍କ ମଧ୍ୟରେ ଭାଗ କରିଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପରେ ଯୀଶୁ ସେହି ପାଞ୍ଚଟି ରୋଟୀ ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼କୁ ଉଦ୍ଧ୍ୱର୍ଦୃଷ୍ଟି କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ। ପୁଣି ସେହି ରୋଟୀଗୁଡ଼ିକୁ ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବିତରଣ କରିବାକୁ ଶିଷ୍ୟମାନଙ୍କୁ ଦେଲେ। ସେହିପରି ମାଛ ଦୁଇଟିକୁ ସେମାନଙ୍କ ମଧ୍ୟରେ ବିତରଣ କରିବାକୁ ଦେଲେ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛକୁ ଟେକି ସ୍ୱର୍ଗ ଆଡ଼କୁ ଗ୍ଭହିଁ ପରମେଶ୍ୱରଙ୍କୁ ରୋଟୀ ପାଇଁ ଧନ୍ୟବାଦ ଦେଲେ। ସେ ରୋଟୀ ଗୁଡ଼ିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କୁ ଲୋକମାନଙ୍କ ମଧ୍ୟରେ ପରଶିବାକୁ ଦେଲେ। ତା’ପରେ ମାଛକୁ ମଧ୍ୟ ସେ ଖଣ୍ଡ ଖଣ୍ଡ କଲେ ଓ ଲୋକଙ୍କ ମଧ୍ୟରେ ସେହିଭଳି ବାଣ୍ଟି ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ଯୀଶୁ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଘେନି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟିଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ। ପୁଣି, ସେହି ଦୁଇ ମାଛ ସେ ସମସ୍ତଙ୍କ ମଧ୍ୟରେ ଭାଗ କରିଦେଲେ।
Odia IRV 2017 (ଓଡିଆ ବାଇବେଲ)
ପରେ ଯୀଶୁ ସେହି ପାଞ୍ଚଟି ରୁଟି ଓ ଦୁଇଟି ମାଛ ଘେନି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟିଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ । ପୁଣି, ସେହି ଦୁଇ ମାଛ ସେ ସମସ୍ତଙ୍କ ମଧ୍ୟରେ ଭାଗ କରିଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾಗಿರ್ ಜೆಜುನ್ ಪಾಂಚ್ ಭಾಕ್ರಿಯಾ ಅನಿ ದೊನ್ ಮಾಸೊಳ್ಲ್ಯಾ ಘೆವ್ನ್ ವೈರ್ ಬಗ್ಲ್ಯಾನ್ ಅನಿ ದೆವಾಕ್ ಧನ್ಯವಾದ್ ದಿಲ್ಲ್ಯಾನ್ ಅನಿ ಮೊಡುನ್ ವಾಟಾ ಮನುನ್ ಶಿಸಾಂಚ್ಯಾ ಹಾತಾತ್ನಿ ದಿಲ್ಲ್ಯಾನ್, ಅನಿ ದೊನ್ ಮಾಸೊಳ್ಯಾಬಿ ಸಗ್ಳ್ಯಾಂಚ್ಯಾ ಸಾಟ್ನಿ ಮೊಡುನ್ ದಿಲ್ಲ್ಯಾನ್,