Mark 6:56 — Compare Translations

7 translations compared side by side

Odia - 1840
"ଯୀଶୁ ସେ ଅଞ୍ଚଳର ନଗର, ଗାଁ ଓ ପୁରପଲ୍ଲୀ ଯେଉଁଆଡେ ଗଲେ, ଲୋକେ ରୋଗୀମାନଙ୍କୁ ସଠାେକାର ହାଟ ବଜାର ରେ ଥୋଇ ଦଇେ ତାହାଙ୍କୁ ଅନୁ ରୋଧ କରୁଥିଲେ, ଯେ ସେ ତାହାଙ୍କ ପିନ୍ଧା ଲୁଗାରୁ ଟିକିଏ ସମାନଙ୍କେୁ ଛୁଇଁ ଦବୋକୁ ସୁ ଯୋଗ ଦିଅନ୍ତୁ। ଯେଉଁମାନେ ତାହାଙ୍କୁ ଛୁଇଁ ପାରିଲେ, ସମାନେେ ସମସ୍ତେ ସୁସ୍ଥ ହାଇଗେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ଯେଉଁ ଯେଉଁ ଗ୍ରାମ, ନଗର ବା ପଲ୍ଳୀରେ ପ୍ରବେଶ କଲେ, ଲୋକେ ସେହି ସବୁ ସ୍ଥାନର ହାଟବଜାର-ମାନଙ୍କରେ ରୋଗୀମାନଙ୍କୁ ଥୋଇଦେଇ, ସେମାନେ ଯେପରି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅଁନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ; ଆଉ ଯେତେ ଲୋକ ତାହାଙ୍କୁ ଛୁଇଁଲେ, ସମସ୍ତେ ସୁସ୍ଥ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ଯେଉଁ ଗ୍ରାମ, ସହର ଓ ପଲ୍ଲୀ ଅଞ୍ଚଳରେ ପହଞ୍ôଚଲେ, ସେଠାରେ ହାଟ ବଜାରମାନଙ୍କରେ ଲୋକେ ପୀଡ଼ିତମାନଙ୍କୁ ରଖି ଅନ୍ତତଃ ତାଙ୍କ ବସ୍ତ୍ର ସ୍ପର୍ଶ କରିବାକୁ ତାଙ୍କର ଅନୁମତି ମାଗିଲେ ଏବଂ ତାଙ୍କ ପୋଷାକର ଧଡ଼ି ସ୍ପର୍ଶ କରିବା ମାତ୍ରେ ରୋଗୀମାନେ ସୁସ୍ଥ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ସେ ଅଞ୍ଚଳର ନଗର, ଗାଁ ଓ ପୁରପଲ୍ଲୀ ଯେଉଁଆଡ଼େ ଗଲେ, ଲୋକେ ରୋଗୀମାନଙ୍କୁ ସେଠାକାର ହାଟ ବଜାରରେ ଥୋଇ ଦେଇ ତାହାଙ୍କୁ ଅନୁରୋଧ କରୁଥିଲେ, ଯେ ସେ ତାହାଙ୍କ ପିନ୍ଧା ଲୁଗାରୁ ଟିକିଏ ସେମାନଙ୍କୁ ଛୁଇଁ ଦେବାକୁ ସୁଯୋଗ ଦିଅନ୍ତୁ। ଯେଉଁମାନେ ତାହାଙ୍କୁ ଛୁଇଁ ପାରିଲେ, ସେମାନେ ସମସ୍ତେ ସୁସ୍ଥ ହୋଇଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ଯେଉଁ ଯେଉଁ ଗ୍ରାମ, ନଗର ବା ପଲ୍ଲୀରେ ପ୍ରବେଶ କଲେ, ଲୋକେ ସେହିସବୁ ସ୍ଥାନର ହାଟବଜାର-ମାନଙ୍କରେ ରୋଗୀମାନଙ୍କୁ ଥୋଇଦେଇ, ସେମାନେ ଯେପରି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ; ଆଉ ଯେତେ ଲୋକ ତାହାଙ୍କୁ ଛୁଇଁଲେ, ସମସ୍ତେ ସୁସ୍ଥ ହେଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ଯେଉଁ ଯେଉଁ ଗ୍ରାମ, ନଗର ବା ପଲ୍ଲୀରେ ପ୍ରବେଶ କଲେ, ଲୋକେ ସେହି ସବୁ ସ୍ଥାନର ହାଟବଜାର ମାନଙ୍କରେ ରୋଗୀମାନଙ୍କୁ ଥୋଇଦେଇ, ସେମାନେ ଯେପରି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅଁନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ; ଆଉ ଯେତେ ଲୋକ ତାହାଙ୍କୁ ଛୁଇଁଲେ, ସମସ୍ତେ ସୁସ୍ଥ ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ಖೈ-ಖೈ ಗೆಲೊ, ತ್ಯಾ ಗಾಂವಾತ್ನಿ, ಶಾರಾತ್ನಿ, ಶೆತಾತ್ನಿ, ಗೆಲೊ ತ್ಯಾ ಜಾಗ್ಯಾನಿತ್ಲ್ಯಾ ಬಾಜಾರಾತ್ನಿ ಶಿಕ್ ಹೊತ್ತ್ಯಾಕ್ನಿ ಘೆವ್ನ್ ಯೆಲ್ಯಾನಿ ಅನಿ ತುಜೆ ಕಪ್ಡೆ ತರ್ಬಿ ಅಪ್ಡುಕ್ ತೆಂಕಾ ಅವ್ಕಾಸ್ ದಿ ಮನುನ್ ಮಾಗ್ಲ್ಯಾನಿ ಅನಿ ಕೊನ್-ಕೊನ್ ಅಪಡ್ಲ್ಲ್ಯಾನಿ ತೆನಿ ಆರಾಮ್ ಹೊಲ್ಯಾನಿ.