Mark 7:11 — Compare Translations
7 translations compared side by side
Odia - 1840
"କିନ୍ତୁ ତୁମ୍ଭମାନେେ ଉପଦେଶ ଦେଉଛ ଯେ ଜଣେ ଲୋକ ତାର ବାପା ମାଆଙ୍କୁ କହି ପାରିବ, ' ମାରେ ଯେଉଁ ପଦାର୍ଥଟି ରେ ତୁମ୍ଭର ଲାଭ ହାଇେ ପାରି ଥାଆନ୍ତା, ସହେି ପଦାର୍ଥ ମୁଁ ତୁମ୍ଭ ପାଇଁ ବ୍ଯବହାର କରି ପାରିବି ନାହିଁ, କାରଣ ତାହା ମୁଁ ପରମେଶ୍ବରଙ୍କୁ ସମର୍ପଣ କରିବି।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ତୁମ୍ଭେମାନେ କୁହ, କେହି ଯେବେ ପିତା କି ମାତାଙ୍କୁ କହେ, ମୋʼଠାରୁ ଯାହା ଦ୍ଵାରା ତୁମ୍ଭର ଉପକାର ହୋଇଥାଆନ୍ତା, ତାହା ‘କର୍ବାନ୍ʼ, ଅର୍ଥାତ୍ ମାନତ ହୋଇଅଛି,
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ତୁମେ ଶିକ୍ଷା ଦେଉଛ ଯେ, ପିତାମାତାଙ୍କର ଯାହା ପ୍ରାପ୍ୟ, ତାହା ‘କୋରବାନ୍’ ଅର୍ଥାତ୍ ଈଶ୍ୱରଙ୍କ ପାଇଁ ବୋଲି କହିଦେଲେ,
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ତୁମ୍ଭେମାନେ ଉପଦେଶ ଦେଉଛ ଯେ, ଜଣେ ଲୋକ ତା’ର ବାପାମାଙ୍କୁ କହି ପାରିବ, ‘ମୋର ଯେଉଁ ପଦାର୍ଥଟିରେ ତୁମ୍ଭର ଲାଭ ହୋଇ ପାରିଥା’ନ୍ତା, ସେହି ପଦାର୍ଥ ମୁଁ ତୁମ୍ଭ ପାଇଁ ବ୍ୟବହାର କରି ପାରିବି ନାହିଁ, କାରଣ ତାହା ମୁଁ ପରମେଶ୍ୱରଙ୍କୁ ସମର୍ପଣ କରିବି।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ତୁମ୍ଭେମାନେ କୁହ, କେହି ଯେବେ ପିତା କି ମାତାକୁ କହେ, ମୋʼଠାରୁ, ଯାହା ଦ୍ୱାରା ତୁମ୍ଭର ଉପକାର ହୋଇଥାଆନ୍ତା, ତାହା ‘କର୍ବାନ୍’, ଅର୍ଥାତ୍ ଈଶ୍ବରଙ୍କୁ ସମର୍ପିତ ହୋଇଅଛି,
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ତୁମ୍ଭେମାନେ କୁହ, କେହି ଯେବେ ପିତା କି ମାତାକୁ କହେ, ମୋ'ଠାରୁ, ଯାହା ଦ୍ବାରା ତୁମ୍ଭର ଉପକାର ହୋଇଥାନ୍ତା, ତାହା 'କର୍ବାନ୍', ଅର୍ଥାତ୍ ଈଶ୍ୱରଙ୍କୁ ମାନତ ହୋଇଅଛି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜರ್ ಎಕ್ಲೊ ಮಾನುಸ್ ಅಪ್ನಾಚ್ಯಾ ಬಾಯ್ -ಬಾಬಾಕ್ ಅದಾರ್ ದಿವ್ಕ್ ಮನುನ್ ಹೊತ್ತೆ ಸಗ್ಳೆ ದೆವಾಕ್ ದೆನ್ಗಿ ಮನುನ್ ದಿಲಾ, ಮನುನ್ ಸಾಂಗ್ಲ್ಯಾರ್,