Mark 7:4 — Compare Translations
7 translations compared side by side
Odia - 1840
"ଏପରିକି ବଜାରରୁ ଅଣାଯାଉଥିବା ଖାଦ୍ୟ ପଦାର୍ଥକୁ ସମାନେେ ନିର୍ଦ୍ଧାରିତ ପଦ୍ଧତି ରେ ନ ଧୋଇ ଖାଆନ୍ତି ନାହିଁ। ଗିନା, କଳସ, ତମ୍ବାପାତ୍ର ଆଦି ମାଜିବା ଧୋଇବା ଭଳି ଅନକେ ପରମ୍ପରା ସମାନେେ ପାଳନ କରନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ହାଟ ବଜାରରୁ ଆସି ନିଜ ନିଜ ଉପରେ ପାଣି ନ ଛିଞ୍ଚିଲେ ଖାଆନ୍ତି ନାହିଁ; ଆଉ ଗିନା, ଢାଳ ଓ ପିତଳର ପାତ୍ରଗୁଡ଼ିକ ପାଣିରେ ବୁଡ଼ାଇ ଧୋଇବା ଇତ୍ୟାଦି ଅନ୍ୟାନ୍ୟ ଅନେକ ରୀତିନୀତି ପାଳନ କରିବା ନିମନ୍ତେ ସେମାନେ ଆଦେଶ ପ୍ରାପ୍ତ ହୋଇଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ହାଟ ବଜାରରୁ ଫେରିବା ପରେ ପ୍ରଥମେ ବିଧିମତେ ଧୂଆଧୋଇ ନ ହୋଇ କିଛି ଖାଆନ୍ତି ନାହିଁ । ଗରା, ତାଟିଆ, ତମ୍ବାବାସନ ଓ ବିଛଣା ପତ୍ର ଧୋଇବା ପାଇଁ ନାନା ପ୍ରକାର ନିରୂପିତ ନିୟମ ସେମାନେ ପାଳନ କରନ୍ତି।)
Odia Bible ERV 2004 (ପବିତ୍ର ବାଇବଲ)
ଏପରିକି ବଜାରରୁ ଅଣାଯାଉଥିବା ଖାଦ୍ୟ ପଦାର୍ଥକୁ ସେମାନେ ନିର୍ଦ୍ଧାରିତ ପଦ୍ଧତିରେ ନ ଧୋଇ ଖାଆନ୍ତି ନାହିଁ। ଗିନା, କଳସ, ତମ୍ବାପାତ୍ର ଆଦି ମାଜିବା ଧୋଇବା ଭଳି ଅନେକ ପରମ୍ପରା ସେମାନେ ପାଳନ କରନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ହାଟବଜାରରୁ ଆସି ନିଜେ ଧୋଇ ନ ହେବା ପର୍ଯ୍ୟନ୍ତ ଖାଆନ୍ତି ନାହିଁ; ଆଉ, ଗିନା, ଢାଳ ଓ ପିତଳ ପାତ୍ରଗୁଡ଼ିକ ପାଣିରେ ବୁଡ଼ାଇ ଧୋଇବା ଇତ୍ୟାଦି ଅନ୍ୟାନ୍ୟ ଅନେକ ରୀତିନୀତି ପାଳନ କରିବା ନିମନ୍ତେ ସେମାନେ ଆଦେଶପ୍ରାପ୍ତ କରିଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ପୁଣି, ହାଟବଜାରରୁ ଆସି ନିଜେ ଧୋଇ ନ ହେବା ପର୍ଯ୍ୟନ୍ତ ଖାଆନ୍ତି ନାହିଁ; ଆଉ, ଗିନା, ଢାଳ ଓ ପିତଳ ପାତ୍ରଗୁଡ଼ିକ ପାଣିରେ ବୁଡ଼ାଇ ଧୋଇବା ଇତ୍ୟାଦି ଅନ୍ୟାନ୍ୟ ଅନେକ ରୀତିନୀତି ପାଳନ କରିବା ନିମନ୍ତେ ସେମାନେ ଆଦେଶ ପ୍ରାପ୍ତ ହୋଇଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಬಾಜಾರಾಕ್ನಾ ಖಾವ್ಕ್ ಹಾನಲ್ಲೆ ತರ್ ಧುಯ್ನಾಸ್ತಾನಾ ಖಾಯ್ನಸಿತ್. ವಾಟ್ಕಿ,ಗಾಡ್ಗಿ, ತಾಂಬ್ಯಾ, ಆಯ್ದಾನಾ, ಹಾತ್ರಾನಾ ಧುತಲೆ, ಅಸ್ಲಿ ಲೈ ಪದ್ದತಿಯಾ ಪಾಳಿತ್.