Mark 7:5 — Compare Translations
7 translations compared side by side
Odia - 1840
"ତେଣୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ପଚାରିଲେ, ତୁମ୍ଭର ଶିଷ୍ଯମାନେ ପୂର୍ବ ପୁରୁଷରୁ ପ୍ରଚଳିତ ପରମ୍ପରାଗୁଡିକୁ କାହିଁକି ପାଳୁ ନାହାଁନ୍ତି? ସମାନେେ ଅପବିତ୍ର ହାତ ରେ ଖାଆନ୍ତି, ସମାନେେ ଏଭଳି କାହିଁକି କରନ୍ତି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ତାହାଙ୍କୁ ପଚାରିଲେ, ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି?
Odia BSI (ପବିତ୍ର ବାଇବଲ (CL) NT (BSI))
ଫାରୂଶୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କୁ ପଚାରିଲେ, “ଆମ ପୂର୍ବ ପୁରୁଷମାନେ ଯେଉଁସବୁ ରୀତିନୀତି ସ୍ଥାପନ କରି ଯାଇଛନ୍ତି, ଆପଣଙ୍କ ଶିଷ୍ୟମାନେ ତାହା ପାଳନ କରୁ ନାହାନ୍ତି କାହିଁକି? ନିୟମାନୁସାରେ ଖାଇବା ପୂର୍ବରୁ ହାତ ଧୋଉ ନାହାନ୍ତି କାହିଁକି?”
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭର ଶିଷ୍ୟମାନେ ପୂର୍ବ ପୁରୁଷରୁ ପ୍ରଚଳିତ ପରମ୍ପରାଗୁଡ଼ିକୁ କାହିଁକି ପାଳୁ ନାହାନ୍ତି? ସେମାନେ ଅପବିତ୍ର ହାତରେ ଖାଆନ୍ତି, ସେମାନେ ଏଭଳି କାହିଁକି କରନ୍ତି?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ତାହାଙ୍କୁ ପଚାରିଲେ, ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି?
Odia IRV 2017 (ଓଡିଆ ବାଇବେଲ)
ଏଣୁ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ତାହାଙ୍କୁ ପଚାରିଲେ, ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚೆ ಸಾಟ್ನಿ ಫಾರಿಜೆವಾನಿ ಅನಿ ಶಾಸ್ತರಾ ಶಿಕ್ವುತಲ್ಯಾನಿ ಜೆಜುಕ್ಡೆ ಯೆವ್ನ್ “ತುಜಿ ಶಿಸಾ ಅದ್ಲ್ಯಾ ಲೊಕಾನಿ ಕರಲ್ಲ್ಯಾ ಖಾಯ್ದ್ಯಾ ಪರ್ಕಾರ್ ಚಲಿನಸ್ತಾನಾ ಮ್ಹೆಳ್ಕ್ಯಾ ಹಾತಾನಿ ಜೆವಾನ್ ಕರ್ತ್ಯಾತ್ ಕಶ್ಯಾಕ್?” ಮನುನ್ ಇಚಾರ್ಲ್ಯಾನಿ.