Mark 8:22 — Compare Translations
7 translations compared side by side
Odia - 1840
"ତା'ପରେ ସମାନେେ ବେଥ୍ସାଇଦା ଚାଲି ଆସିଲେ। ସଠାେରେ କେତକେ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଅନ୍ଧକୁ ନଇେ ଆସିଲେ। ସମାନେେ ଯୀଶୁଙ୍କୁ ପାର୍ଥନା କଲେ ଯେ ସେ ଅନ୍ଧକୁ କବଳେ ଛୁଇଁ ଦିଅନ୍ତୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ସେମାନେ ବେଥ୍ସାଇଦାକୁ ଆସିଲେ । ଆଉ, ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଯେତେବେଳେ ବେଥସାଇଦା ଗ୍ରାମରେ ପହଞ୍ଚିଲେ, ଲୋକମାନେ ଗୋଟିଏ ଅନ୍ଧକୁ ଯୀଶୁଙ୍କ ନିକଟକୁ ଆଣି ତାକୁ ସ୍ପର୍ଶ କରିବା ପାଇଁ ଅନୁରୋଧ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ବେଥ୍ସାଇଦାରେ ଯୀଶୁ ଜଣେ ଅନ୍ଧକୁ ଚକ୍ଷୁଦାନ କଲେ ତା’ପରେ ସେମାନେ ବେଥ୍ସାଇଦା ଗ୍ଭଲି ଆସିଲେ। ସେଠାରେ କେତେକ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଅନ୍ଧକୁ ନେଇ ଆସିଲେ। ସେମାନେ ଯୀଶୁଙ୍କୁ ପ୍ରାର୍ଥନା କଲେ ଯେ ସେ ଅନ୍ଧକୁ କେବଳ ଛୁଇଁ ଦିଅନ୍ତୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ସେମାନେ ବେଥ୍ସାଇଦାକୁ ଆସିଲେ। ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ।
Odia IRV 2017 (ଓଡିଆ ବାଇବେଲ)
ପରେ ସେମାନେ ବେଥ୍ସାଇଦାକୁ ଆସିଲେ । ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ಅನಿ ತೆಚಿ ಶಿಸಾ ಬೆತ್ಸಾಯಿದಾ ಮನ್ತಲ್ಯಾ ಗಾವಾಕ್ ಯೆಲ್ಯಾನಿ.ಥೈ ಲೊಕಾನಿ ಎಕ್ ಕುಡ್ಡ್ಯಾಕ್ ಜೆಜುಕ್ಡೆ ಘೆವ್ನ್ ಯೆಲ್ಯಾನಿ ಅನಿ ತೆಕಾ ಅಪಡ್ ಮನುನ್ ಮಾಗ್ಲ್ಯಾನಿ.