Mark 9:43 — Compare Translations

7 translations compared side by side

Odia - 1840
"ଯଦି ତୁମ୍ଭର ହାତ ତୁମ୍ଭକୁ ପାପ କରାଏ, ତବେେ ତାକୁ କାଟିଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନରକ, ଅର୍ଥାତ୍, ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି ତୁମର ଗୋଟିଏ ହାତ ଯୋଗୁଁ ବିଶ୍ୱାସ ହରାଉଥାଅ, ସେହି ହାତଟିକୁ କାଟି ପକାଅ। ଦୁଇଟି ହାତ ଥାଇ ଅହର୍ନିଶି ଜଳୁଥିବା ନରକାଗ୍ନିରେ ପଡ଼ିବାଠାରୁ ଗୋଟିଏ ହାତ ନ ଥାଇ ଅନନ୍ତ ଜୀବନରେ ପ୍ରବେଶ କରିବା ଶ୍ରେୟସ୍କର।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ତୁମ୍ଭର ହାତ ତୁମ୍ଭକୁ ପାପ କରାଏ, ତେବେ ତାକୁ କାଟିଦିଅ। କାରଣ ଦୁଇ ହାତ ଥାଇ ଅନନ୍ତ କାଳ ଧରି ଜଳୁଥିବା ନର୍କର ନିଆଁ ଭିତରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ତୁମ୍ଭେ ପଙ୍ଗୁ ହୋଇ ଅନନ୍ତ ଜୀବନ ଲାଭ କରିବା ଭଲ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନର୍କ, ଅର୍ଥାତ୍‍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନର୍କ, ଅର୍ଥାତ୍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಜೊ ಹಾತ್ ತುಜೊ ವಿಶ್ವಾಸ್ ಕಳ್ದುನ್ ಘೆವ್ಕ್ ಕಾರನ್ ಹೊತಾ ಜಾಲ್ಯಾರ್, ತೊ ಕಾತ್ರುನ್ ಕಾಡುನ್ ಸೊಡ್, ದೊನ್ ಹಾತಾ ಘೆವ್ನ್ ಕನ್ನಾಚ್ ಇಜಿನಸಲ್ಲಿ ಆಗ್ ಹೊತ್ತ್ಯಾ ನರ್ಕಾತ್ ಜಾತಲ್ಯಾಚ್ಯಾನ್ಕಿ, ಎಕ್ ಹಾತ್ ನಸ್ತಾನಾ ನಿರಂತರ್ ಜಿವನಾಕ್ ಜಾತಲೆ ಕವ್ಡೆಕಿ ಬರೆ.