Mark 9:47 — Compare Translations

7 translations compared side by side

Odia - 1840
"ଯଦି ତୁମ୍ଭର ଆଖି ତୁମ୍ଭକୁ ପାପ କରାଏ, ତବେେ ତାକୁ ବାହାର କରି ଦିଅ। ଦୁଇ ଆଖି ଥାଇ ନର୍କ ରେ ତୁମ୍ଭକୁ ଫିଙ୍ଗି ଦିଆୟିବା ଅପେକ୍ଷା ବରଂ ତୁମ୍ଭେ ଗୋଟିଏ ଆଖି ଥାଇ ଅନନ୍ତ ଜୀବନ ଲାଭ କରିବା ଭଲ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ିପକାଅ; ଦୁଇ ଚକ୍ଷୁ ଘେନି ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ;
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି ତୁମର ଗୋଟିଏ ଆଖି ଯୋଗୁ ବିଶ୍ୱାସ ହରାଉଥାଅ, ତାକୁ ଓପାଡ଼ି ଦିଅ। ଦୁଇଟି ଆଖି ଥାଇ ନରକରେ ନିକ୍ଷିପ୍ତ ହେବାଠାରୁ, ଗୋଟିଏ ଆଖି ଥାଇ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଶ୍ରେୟସ୍କର।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ତୁମ୍ଭର ଆଖି ତୁମ୍ଭକୁ ପାପ କରାଏ, ତେବେ ତାକୁ ବାହାର କରି ଦିଅ। ଦୁଇ ଆଖି ଥାଇ ନର୍କରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ତୁମ୍ଭେ ଗୋଟିଏ ଆଖି ଥାଇ ଅନନ୍ତ ଜୀବନ ଲାଭ କରିବା ଭଲ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ପକାଅ; ଦୁଇ ଚକ୍ଷୁ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ;
Odia IRV 2017 (ଓଡିଆ ବାଇବେଲ)
ପୁଣି, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ପକାଅ; ଦୁଇ ଚକ୍ଷୁ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ತುಜೊ ಡೊಳೊ ತುಜೊ ವಿಶ್ವಾಸ್ ಕಳ್ದುನ್ ಘೆವ್ಕ್ ಕಾರನ್ ಹೊತಾ ಜಾಲ್ಯಾರ್, ತೊ ಡೊಳೊ ಕಾಡುನ್ ಟಾಕ್, ದೊನ್ ಡೊಳೆ ಥವ್ನ್ ಘೆವ್ನ್ ನರ್ಕಾತ್ ಜಾತಲ್ಯಾನ್ಕಿ ಎಕ್ ಡೊಳೊ ಘೆವ್ನ್ ದೆವಾಚ್ಯಾ ರಾಜ್ಜ್ಯಾಕ್ ಜಾತಲೆ ಕವ್ಡೆಕಿ ಬರೆ.