Mark 9:50 — Compare Translations

7 translations compared side by side

Odia - 1840
"ଲୁଣ ଭଲ ପଦାର୍ଥ। କିନ୍ତୁ ଲୁଣ ଯଦି ତାର ଲୁଣିଆ ଗୁଣ ହରାଇ ବସିବ, ତାକୁ ପୁଣି ଥରେ କିପରି ଲୁଣିଆ କରାଯାଇ ପାରିବ? ତେଣୁ ତୁମ୍ଭେ ଭଲ ଗୁଣ ରେ ପରିପୂର୍ଣ୍ଣ ହୁଅ। ସମସ୍ତେ ମିଳିମିଶି ଶାନ୍ତି ରେ ରୁହ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଲବଣ ଉତ୍ତମ, କିନ୍ତୁ ଲବଣ ଯଦି ଲବଣତ୍ଵହୀନ ହୁଏ, ତାହାହେଲେ ତାହାକୁ କାହିଁରେ ସ୍ଵାଦଯୁକ୍ତ କରିବ? ତୁମ୍ଭେମାନେ ଆପଣା ଆପଣାଠାରେ ଲବଣ ରଖ ଏବଂ ପରସ୍ପର ସହିତ ଶାନ୍ତିରେ ରୁହ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଲବଣ ଗୋଟିଏ ଉତ୍ତମ ପଦାର୍ଥ; କିନ୍ତୁ ଲବଣ ଯଦି ତା’ର ଲବଣତ୍ୱ ହରାଏ, ତାକୁ କିପରି ଲବଣାକ୍ତ କରାଯାଇପାରେ? “ତୁମ୍ଭମାନଙ୍କ ଅନ୍ତରରେ ବନ୍ଧୁତ୍ୱ ରୂପକ ଲବଣ ରହୁ, ତା’ହେଲେ ତୁମ୍ଭେମାନେ ପରସ୍ପର ସହିତ ଶାନ୍ତିରେ ବାସ କରିପାରିବ।”
Odia Bible ERV 2004 (ପବିତ୍ର ବାଇବଲ)
“ଲୁଣ ଭଲ ପଦାର୍ଥ। କିନ୍ତୁ ଲୁଣ ଯଦି ତା’ର ଲୁଣିଆ ଗୁଣ ହରାଇ ବସିବ, ତାକୁ ପୁଣି ଥରେ କିପରି ଲୁଣିଆ କରାଯାଇ ପାରିବ? ତେଣୁ ତୁମ୍ଭେ ଭଲ ଗୁଣରେ ପରିପୂର୍ଣ୍ଣ ହୁଅ। ସମସ୍ତେ ମିଳିମିଶି ଶାନ୍ତିରେ ରୁହ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଲବଣ ଉତ୍ତମ, କିନ୍ତୁ ଲବଣ ଯଦି ଲବଣତ୍ୱହୀନ ହୁଏ, ତାହାହେଲେ ତାହାକୁ କାହିଁରେ ସ୍ୱାଦଯୁକ୍ତ କରିବ? ତୁମ୍ଭେମାନେ ଆପଣାଠାରେ ଲବଣତ୍ଵ ରଖ ଏବଂ ପରସ୍ପର ସହିତ ଶାନ୍ତିରେ ରୁହ।
Odia IRV 2017 (ଓଡିଆ ବାଇବେଲ)
ଲବଣ ଉତ୍ତମ, କିନ୍ତୁ ଲବଣ ଯଦି ଲବଣତ୍ୱହୀନ ହୁଏ, ତାହାହେଲେ ତାହାକୁ କାହିଁରେ ସ୍ୱାଦଯୁକ୍ତ କରିବ? ତୁମ୍ଭେମାନେ ଆପଣମାନଙ୍କ ମଧ୍ୟରେ ଲବଣତ୍ଵ ରଖ ଏବଂ ପରସ୍ପର ସହିତ ଶାନ୍ତିରେ ରୁହ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಮಿಟ್ ಬರೆ ಹೊಯ್, ಖರೆ ಮಿಟ್ಟಾನುಚ್ ಅಪ್ನಾಚಿ ರುಚಿ ಕಳ್ದುನ್ ಘೆಟ್ಲ್ಯಾನ್ ತರ್ ತೆಕಾ ಖಾರ್ಪಾನ್ ಖೈತ್ನಾ ಹಾಂತ್ಯಾಸಿ? ತುಮ್ಚ್ಯಾ ಮದ್ದಿ ಮಿಟಾ ಸಾರ್ಕೊ ಪ್ರೆಮ್ ರ್‍ಹಂವ್ದಿತ್, ಎಕಾಮೆಕಾಕ್ ಸಮಾದಾನಾನ್ ರ್‍ಹಾವಾ” ಮಟ್ಲ್ಯಾನ್.