Matthew 1:18 — Compare Translations
7 translations compared side by side
Odia - 1840
"ଯୀଶୁଖ୍ରୀଷ୍ଟଙ୍କ ମାଆ ଥିଲେ ମରିୟମ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହାଇେଥିଲା। ମରିୟମଙ୍କର ଯୋଷଫଙ୍କେ ସହିତ ବିବାହ ସ୍ଥିର ହାଇେଥିଲା। କିନ୍ତୁ ବିବାହ ପୂର୍ବରୁ ଜଣା ପଡିଲା ଯେ, ମରିୟମ ପବିତ୍ର ଆତ୍ମାଙ୍କ ଶକ୍ତି ବଳ ରେ ଗର୍ଭବତୀ ହାଇେଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହିପ୍ରକାରେ ହେଲା । ତାହାଙ୍କ ମାତା ମରୀୟମଙ୍କର ଯୋଷେଫଙ୍କ ସହିତ ବିବାହନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହା ହେଉଛି ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ। ତାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ନିର୍ବନ୍ଧ ହୋଇଥିଲା। କିନ୍ତୁ ସେମାନଙ୍କର ବିବାହ ସମ୍ପନ୍ନ ହେବା ପୂର୍ବରୁ ମରିୟମ ଜାଣିଲେ ଯେ ପବିତ୍ର ଆତ୍ମାଙ୍କ ଦ୍ୱାରା ତାଙ୍କର ଗର୍ଭ ସଞ୍ଚାର ହୋଇଛି।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଯୀଶୁ ଖ୍ରୀଷ୍ଟଙ୍କ ମା ଥିଲେ ମରିୟମ। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହୋଇଥିଲା। ମରିୟମଙ୍କର ଯୋଷେଫଙ୍କ ସହିତ ବିବାହ ସ୍ଥିର ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ଜଣା ପଡ଼ିଲା ଯେ, ମରିୟମ ପବିତ୍ରଆତ୍ମାଙ୍କ ଶକ୍ତି ବଳରେ ଗର୍ଭବତୀ ହୋଇଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା। ତାହାଙ୍କ ମାତା ମରୀୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା।
Odia IRV 2017 (ଓଡିଆ ବାଇବେଲ)
ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା । ତାହାଙ୍କ ମାତା ମରିୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ಕ್ರಿಸ್ತಾಚೊ ಜಲ್ಮ್ ಅಸೊ ಹೊಲೊ: ತೆಚಿ ಬಾಯ್ ಮರಿಚೆ ಜುಜೆಚ್ಯಾ ವಾಂಗ್ಡಾ ಇಡೆ ಹೊಲ್ಲೆ, ಖರೆ ತೆಂಚೆ ಲಗಿನ್ ಹೊವ್ಚ್ಯಾ ಅದ್ದಿಚ್ ಮರಿ ಪವಿತ್ರ್ ಆತ್ಮ್ಯಾನ್ ಗರ್ವಾರ್ ಹೊಲಿ.