Matthew 12:41 — Compare Translations
7 translations compared side by side
Odia - 1840
"ଯେଉଁ ଦିନ ବିଚ଼ାର ହବେ, ସହେିଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ଯେତବେେଳେ ୟୂନସ ସମାନଙ୍କେୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ଅଧିକ ମହାନ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ନୀନିବୀର ଲୋକମାନେ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ ପରିବର୍ତ୍ତନ କରିଥିଲେ,, ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ୍ ବିଷୟ ଏ ସ୍ଥାନରେ ଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ବିଚାର ଦିନରେ ନିନିବୀର ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଠିଆ ହେବେ, କାରଣ ଯୂନସଙ୍କ ପ୍ରଚାର ଶୁଣି ସେମାନେ ପାପ ପଥରୁ ଫେରି ଆସିଲେ। ମୁଁ ତୁମ୍ଭମାନଙ୍କୁ କହୁଛି, ଯୂନସଙ୍କଠାରୁ ମହାନ୍ ଜଣେ ଏଠାରେ ଅଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁ ଦିନ ବିଗ୍ଭର ହେବ, ସେହି ଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହେବେ ଏବଂ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ଯେତେବେଳେ ଯୂନସ ସେମାନଙ୍କୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଯୂନସଙ୍କ ଅପେକ୍ଷା ଅଧିକ ମହାନ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ନୀନିବୀ ସହରର ଲୋକମାନେ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ-ପରିବର୍ତ୍ତନ କଲେ, ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।
Odia IRV 2017 (ଓଡିଆ ବାଇବେଲ)
ନୀନିବୀର ଲୋକମାନେ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ ପରିବର୍ତ୍ତନ କଲେ, ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಝಡ್ತಿಚ್ಯಾ ದಿಸಿ ನಿನಿವೆಚಿ ಲೊಕಾ ಇಬೆ ರ್ಹಾವ್ನ್ ಹಿ ಪಿಳ್ಗಿ ಚುಕಿದಾರ್ ಮನುನ್ ದಾಕ್ವುನ್ ದಿತ್ಯಾತ್, ಕಶ್ಯಾಕ್ ಮಟ್ಲ್ಯಾರ್, ಜೊನಾನ್ ಸಾಂಗಟಲ್ಲೆ ತೆನಿ ಆಯಿಕ್ಲ್ಯಾನಿ, ಅನಿ ಪಾಪಾನಿತ್ನಾ ದೆವಾಕ್ಡೆ ಪರತ್ಲ್ಯಾನಿ, ಖರೆ ಮಿಯಾ ತುಮ್ಕಾ ಸಾಂಗ್ತಾ, ಹಿತ್ತೆ ಜೊನಾಚ್ಯಾನ್ಕಿ ಮೊಟೊ ಹಾಯ್!”