Matthew 13:30 — Compare Translations

7 translations compared side by side

Odia - 1840
"ଫସଲ ପାଚିବା ପର୍ୟ୍ଯନ୍ତ ଉଭୟ ଗହମ ଓ ବାଳୁଙ୍ଗା ଏକାଠି ବଢନ୍ତୁ। କାଟିବା ବେଳେ ମୁଁ କଟାଳିମାନଙ୍କୁ କହିବି ପ୍ରଥମେ ବାଳୁଙ୍ଗଗୁଡିକୁ ଏକାଠି କରି ବିଡାବାନ୍ଧି ଜାଳି ଦିଅ, ତା'ପରେ ଗହମ ସଂଗ୍ରହ କରି ଅମାର ରେ ରଖିଦିଅ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶସ୍ୟ ନ କାଟିବା ଯାଏ ଦୁହିଁକି ଏକାଠି ବଢ଼ିବାକୁ ଛାଡ଼ିଦିଅ, ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳିମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋʼ ଅମାରରେ ସଂଗ୍ରହ କରି ରଖ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅମଳ ପର୍ଯ୍ୟନ୍ତ ଗହମ ଓ ବାଳୁଙ୍ଗା ଏକାଠି ବଢ଼ୁ। ସେତେବେଳେ କଟାଳିମାନଙ୍କୁ କହିବା, ସେମାନେ ଆଗେ ବାଳୁଙ୍ଗାଗୁଡ଼ିକ କାଟି, ବିଡ଼ା ବାନ୍ଧି ପୋଡ଼ି ଦେବେ। ତା’ପରେ ଗହମ ଅମଳ କରି ଖମାରରେ ରଖିବେ’।”
Odia Bible ERV 2004 (ପବିତ୍ର ବାଇବଲ)
ଫସଲ ପାଚିବା ପର୍ଯ୍ୟନ୍ତ ଉଭୟ ଗହମ ଓ ବାଳୁଙ୍ଗା ଏକାଠି ବଢ଼ନ୍ତୁ। କାଟିବା ବେଳେ ମୁଁ ‌‌କଟାଳୀମାନଙ୍କୁ କହିବି ପ୍ରଥମେ ବାଳୁଙ୍ଗାଗୁଡ଼ିକୁ ଏକାଠି କରି ବିଡ଼ାବାନ୍ଧି ଜାଳି ଦିଅ, ତା’ପରେ ଗହମ ସଂଗ୍ରହ କରି ଅମାରରେ ରଖିଦିଅ।’”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶସ୍ୟ ନ କାଟିବା ଯାଏ ଦୁହିଁକୁ ଏକାଠି ବଢ଼ିବାକୁ ଛାଡ଼ିଦିଅ, ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳିମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋ ଅମାରରେ ସଂଗ୍ରହ କରି ରଖ।’”
Odia IRV 2017 (ଓଡିଆ ବାଇବେଲ)
ଶସ୍ୟ ନ କାଟିବା ଯାଏ ଦୁହିଁକି ଏକାଠି ବଢ଼ିବାକୁ ଚାଡ଼ିଦିଅ, ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳିମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋ ଅମାରରେ ସଂଗ୍ରହ କରି ରଖ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸುಗ್ಗಿ ಯೆಯ್‍ ಪತರ್ ಕಳೆಬಿ ಘವ್‍ಬಿ ವಾಂಗ್ಡಾಚ್ ರ್‍ಹಂವ್ದಿ, ತನ್ನಾ ಸುಗ್ಗಿಚ್ಯಾ ದಿಸಿ ಕಾಮ್ ಕರ್‍ತಲ್ಯಾಕ್ನಿ ಮಿಯಾ ಅದ್ದಿ ಕಳೆ ಉಪ್ಸುನ್ ಕಾಡುನ್ ಜಾಳ್ವುನ್ ಟಾಕುಸಾಟ್ನಿ ಪೆಂಡಿಯಾ ಭಾಂದಾ ಅನಿ ಮಾನಾ ಘವ್ ಗೊಳಾ ಕರಾ ಅನಿ ಮಾಜ್ಯಾ ತಟ್ಟ್ಯಾತ್ ಭರುನ್ ಥವಾ ಮನುನ್ ಮಿಯಾ ಸಾಂಗ್ತಾ”. ಮಟ್ಲ್ಯಾನ್.