Matthew 16:21 — Compare Translations
7 translations compared side by side
Odia - 1840
"ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ୟିରୂଶାଲମକୁ ଯିବେ। ସଠାେରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ବାରା ସେ ଅନକେ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ଯୁରୁ ତୃତୀୟ ଦିନ ପୁନର୍ଜୀବିତ ହବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ବହୁତ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହି ସମୟରୁ ଯୀଶୁ ଶିଷ୍ୟମାନଙ୍କୁ ସ୍ପଷ୍ଟଭାବରେ କହିବାକୁ ଲାଗିଲେ, “ମୁଁ ଯିରୂଶାଲମକୁ ଯାଇ ଓର୍ମଯାଜକ, ଧର୍ମଗୁରୁ ଓ ଧର୍ମନେତାମାନଙ୍କ ଦ୍ୱାରା ନିର୍ଯ୍ୟତିତ ହୋଇ ବହୁ କଷ୍ଟ ଭୋଗ କରିବି। ଶେଷରେ ନିହତ ହେବି, କିନ୍ତୁ ତିନି ଦିନ ପରେ ପୁନର୍ଜୀବିତ ହୋଇ ଉଠିବି।”
Odia Bible ERV 2004 (ପବିତ୍ର ବାଇବଲ)
ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ଭବିଷ୍ୟଦ୍ବାଣୀ ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ଯିରୁଶାଲମକୁ ଯିବେ। ସେଠାରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ୱାରା ସେ ଅନେକ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ୟୁରୁ ତୃତୀୟ ଦିନ ପୁନର୍ଜୀବିତ ହେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମ ସହରକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ଅନେକ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି, ତୃତୀୟ ଦିବସରେ ପୁନରୁତ୍ଥାନ ହେବାକୁ ହେବ।
Odia IRV 2017 (ଓଡିଆ ବାଇବେଲ)
ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ଅନେକ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି, ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ದಿಸಾಕ್ನಾ ಪಿಢೆ ಜೆಜು ಅಪ್ನಾಚ್ಯಾ ಶಿಸಾಕ್ನಿ, “ಮಿಯಾ ಜೆರುಜಲೆಮಾಕ್ ಜಾವ್ಕ್ ಪಾಜೆ ಅನಿ ಥೈ ಮುಖಂಡಾನಿಕ್ನಾ, ಮುಖ್ಯ ಯಾಜಕಾನಿಕ್ನಾ ಅನಿ ಖಾಯ್ದೆ ಶಿಕ್ವುತಲ್ಯಾನಿಕ್ನಾ ಮಿಯಾ ಲೈ ತರಾಸ್ ಸೊಸುಕ್ ಪಾಜೆ. ಮಾಕಾ ಜಿವಾನಿ ಮಾರುನ್ ಹೊತಾ; ಖರೆ ತಿನ್ ದಿಸಾಂಚ್ಯಾ ಮಾನಾ ಮಿಯಾ ಝಿತ್ತೊ ಹೊವ್ನ್ ಉಟುನ್ ಯೆತಾ.” ಮನುನ್ ಕಾಯ್ಬಿ ಧಾಪುನ್ ಘೆಯ್ನಸ್ತಾನಾ ಫೊಡುನ್ ಸಾಂಗುಕ್ಲಾಲೊ.