Matthew 16:3 — Compare Translations
7 translations compared side by side
Odia - 1840
"ତୁମ୍ଭମାନେେ ସୂର୍ େଯ୍ଯାଦୟ ସମୟରେ ଆକାଶକୁ ଲାଲ ରଙ୍ଗର ଓ ମେଘୁଆ ଥିବାର ଦେଖିଲେ କୁହ ଯେ ଆଜି ଝଡ଼ ହବେ। ଏଗୁଡିକ ପାଗର ଲକ୍ଷଣ। ତୁମ୍ଭେ ଏହି ଲକ୍ଷଣଗୁଡିକ ଆକାଶ ରେ ଦେଖ ଓ ସଗେୁଡିକର ଅର୍ଥ ବୁଝ। ସହେିଭଳି ତୁମ୍ଭେ ବର୍ତ୍ତମାନ ଘଟୁଥିବା ଘଟଣାଗୁଡିକୁ ଦେଖୁଛ। ଏଗୁଡିକ ମଧ୍ଯ ଏପ୍ରକାର ଲକ୍ଷଣ। କିନ୍ତୁ ଏଗୁଡିକର ଅର୍ଥ ବୁଝିବାକୁ ତୁମ୍ଭେ ସମର୍ଥ ହାଇେ ପାରୁନ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ପ୍ରାତଃକାଳରେ କହିଥାଅ, ଆଜି ଝଡ଼ ହେବ, କାରଣ ଆକାଶ ଲାଲ ଓ ମେଘୁଆ ହୋଇଅଛି । ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝି ପାରୁଅଛ, କିନ୍ତୁ କାଳର ଲକ୍ଷଣସବୁ ବୁଝି ପାରୁ ନାହଁ?
Odia BSI (ପବିତ୍ର ବାଇବଲ (CL) NT (BSI))
ପୁଣି ପ୍ରତ୍ୟୁଷରେ ଆକାଶ ଲାଲ ଓ ଅନ୍ଧାର ଦେଖାଗଲେ ବର୍ଷା ହେବାର ସୂଚନା ପାଇଥାଅ। ଆକାଶକୁ ଦେଖି ପାଗ କଥା ଆଗରୁ ଜାଣିପାର। କିନ୍ତୁ ବର୍ତ୍ତମାନ ସମୟର ସଙ୍କେତଗୁଡ଼ିକୁ ତୁମେ ବୁଝିପାରୁ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ସୂର୍ଯ୍ୟାସ୍ତ ସମୟରେ ଆକାଶକୁ ଲାଲ ରଙ୍ଗର ଓ ମେଘୁଆ ଥିବାର ଦେଖିଲେ କୁହ ଯେ ଆଜି ଝଡ଼ ହେବ। ଏଗୁଡ଼ିକ ପାଗର ଲକ୍ଷଣ। ତୁମ୍ଭେ ଏହି ଲକ୍ଷଣଗୁଡ଼ିକ ଆକାଶରେ ଦେଖ ଓ ସେଗୁଡ଼ିକର ଅର୍ଥ ବୁଝ। ସେହିଭଳି ତୁମ୍ଭେ ବର୍ତ୍ତମାନ ଘଟୁଥିବା ଘଟଣାଗୁଡ଼ିକୁ ଦେଖୁଛ। ଏଗୁଡ଼ିକ ମଧ୍ୟ ଏପ୍ରକାର ଲକ୍ଷଣ, କିନ୍ତୁ ଏଗୁଡ଼ିକର ଅର୍ଥ ବୁଝିବାକୁ ତୁମ୍ଭେ ସମର୍ଥ ହୋଇ ପାରୁନ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ପ୍ରାତଃକାଳରେ କହିଥାଅ, ‘ଆଜି ଝଡ଼ ହେବ, କାରଣ ଆକାଶ ଲାଲ୍ ଓ ମେଘୁଆ ହୋଇଅଛି।’ ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝି ପାରୁଅଛ, କିନ୍ତୁ କାଳର ଲକ୍ଷଣସବୁ ବୁଝି ପାରୁ ନାହଁ?
Odia IRV 2017 (ଓଡିଆ ବାଇବେଲ)
ଆଉ ପ୍ରାତଃକାଳରେ କହିଥାଅ, ଆଜି ଝଡ଼ ହେବ, କାରଣ ଆକାଶ ଲାଲ ଓ ମେଘୁଆ ହୋଇଅଛି । ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝି ପାରୁଅଛ, କିନ୍ତୁ କାଳର ଲକ୍ଷଣସବୁ ବୁଝି ପାରୁ ନାହଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಅನಿ ಸಕ್ಕಾಳಿ ಫಿಡೆ ಮಳಬ್ ತಾಂಬ್ಡೊ ಅನಿ ಎಕ್ ನಮುನಿ ಕಾಳೊಕ್ ಹೊಲ್ಲ್ಯಾ ಸರ್ಕೊ ಹೊವ್ನ್ ರ್ಹಾಲ್ಯಾರ್, ‘ಪಾವ್ಸ್ ಯೆನಾರ್ ಹಾಯ್.’” ಮನ್ತ್ಯಾಶಿ. ಮಳ್ಬಾಕ್ ಬಗುಕ್ ವಾತಾವರನ್ ಕಶೆ ಹಾಯ್ ಮನುನ್ ತುಮಿ ಕಳ್ವುನ್ ಘೆತ್ಯಾಶಿ, ಖರೆ ಹ್ಯಾ ದಿಸಾಂಚಿ ವಳಕ್ ತುಮ್ಕಾ ವಳ್ಕುನ್ ಘೆವ್ಕ್ ಹೊಯ್ನಾ.