Matthew 17:25 — Compare Translations
7 translations compared side by side
Odia - 1840
"ପିତର ଉତ୍ତର ଦେଲେ, ହଁ, ସେ ଦିଅନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ କହିଲେ, ହଁ, ଦିଅନ୍ତି । ଆଉ, ସେ ଘରକୁ ଆସିଲା ଉତ୍ତାରେ ଯୀଶୁ ଆଗେ ତାଙ୍କୁ କହିଲେ, ଶିମୋନ, ତୁମ୍ଭର ମତ କଅଣ? ପୃଥିବୀର ରାଜାମାନେ କାହା ପାଖରୁ କର ବା ରାଜସ୍ଵ ନିଅନ୍ତି? ସେମାନଙ୍କ ପୁତ୍ରମାନଙ୍କଠାରୁ କିମ୍ଵା ବିଦେଶୀମାନଙ୍କଠାରୁ?
Odia BSI (ପବିତ୍ର ବାଇବଲ (CL) NT (BSI))
ପିତର ଉତ୍ତର ଦେଲେ, “ନିଶ୍ଚୟ”। ପିତର ଘର ଭିତରେ ପ୍ରବେଶ କରିବାକ୍ଷଣି ଯୀଶୁ ତାଙ୍କୁ ପଚାରିଲେ, “ଶିମୋନ, ତୁମେ କ’ଣ ଭାବୁଛ? ଏ ଜଗତରେ ରାଜାମାନଙ୍କୁ କିଏ ଶୁଲ୍କ ଦିଏ-ସେମାନଙ୍କର ରାଜ୍ୟର ପ୍ରକାରମାନେ?”
Odia Bible ERV 2004 (ପବିତ୍ର ବାଇବଲ)
ପିତର ଉତ୍ତର ଦେଲେ, “ହଁ, ସେ ଦିଅନ୍ତି।” ପିତର ଘର ଭିତରକୁ ଗଲେ, ସେଠାରେ ଯୀଶୁ ଥିଲେ। ପିତର କିଛି କହିବା ପୂର୍ବରୁ ଯୀଶୁ କହିଲେ, “ପୃଥିବୀର ରାଜାମାନେ ଲୋକମାନଙ୍କଠାରୁ ଅନେକ ପ୍ରକାର କରଆଦାୟ କରିଥା’ନ୍ତି। କିନ୍ତୁ କେଉଁମାନେ ସେହି କର ଦିଅନ୍ତି? ଏମାନେ କ’ଣ ରାଜାଙ୍କ ନିଜ ସନ୍ତାନସନ୍ତତି ନା ଅନ୍ୟମାନଙ୍କର ସନ୍ତାନସନ୍ତତି? ତୁମ୍ଭେ କ’ଣ ଭାବୁଛ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ କହିଲେ, ହଁ, ଦିଅନ୍ତି। ଆଉ ସେ ଘରକୁ ଆସିଲା ପରେ ଯୀଶୁ ଆଗେ ତାହାକୁ କହିଲେ, “ଶିମୋନ, ତୁମ୍ଭର ମତ କଅଣ? ପୃଥିବୀର ରାଜାମାନେ କାହା ପାଖରୁ କର ବା ରାଜସ୍ୱ ନିଅନ୍ତି? ସେମାନଙ୍କ ସନ୍ତାନଗଣଙ୍କଠାରୁ କିମ୍ବା ବିଦେଶୀମାନଙ୍କଠାରୁ?”
Odia IRV 2017 (ଓଡିଆ ବାଇବେଲ)
ସେ କହିଲେ, ହଁ, ଦିଅନ୍ତି । ଆଉ ସେ ଘରକୁ ଆସିଲା ପରେ ଯୀଶୁ ଆଗେ ତାହାକୁ କହିଲେ, ଶିମୋନ, ତୁମ୍ଭର ମତ କ'ଣ? ପୃଥିବୀର ରାଜାମାନେ କାହା ପାଖରୁ କର ବା ରାଜସ୍ୱ ନିଅନ୍ତି? ସେମାନଙ୍କ ସନ୍ତାନଗଣଙ୍କଠାରୁ କିମ୍ବା ବିଦେଶୀମାନଙ୍କଠାରୁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಪೆದ್ರುನ್, “ಹೊಯ್, ಕಶ್ಯಾಕ್ ಭರಿನಾ;” ಮನುನ್ ಜಬಾಬ್ ದಿಲ್ಯಾನ್. ಪೆದ್ರು ಘರಾತ್ ಗೆಲ್ಲ್ಯಾ ತನ್ನಾ ಜೆಜುನ್,“ಸಿಮಾವ್ ತಿಯಾ ಕಾಯ್ ಮನ್ತೆ? ಹ್ಯಾ ಜಗಾಚ್ಯಾ ರಾಜಾಕ್ನಿ ತೆರ್ಗಿ ಕೊನ್ ದಿವ್ಕ್ ಪಾಜೆ? ತೆಂಚ್ಯಾ ದೆಸಾಚ್ಯಾ ಲೊಕಾನಿ ಕಾಯ್ ದುಸ್ರ್ಯಾ ದೆಸಾಚ್ಯಾ ಲೊಕಾನಿ?” ಮನುನ್ ಇಚಾರ್ಲ್ಯಾನ್.