Matthew 17:27 — Compare Translations

7 translations compared side by side

Odia - 1840
"କିନ୍ତୁ ଏହି କର ଆଦାୟକାରୀଙ୍କୁ ଆମ୍ଭେ କୋର୍ଧିତ କରିବନାହିଁ। ତେଣୁ କର ଏହିଭଳି ଭାବରେ ଦଇଦେିଅ: ହ୍ରଦକୁ ଯାଅ। ତୁମ୍ଭର ମାଛ ଧର। ତୁମ୍ଭେ ଧରିଥିବା ପ୍ରଥମ ମାଛଟି ଆଣ। ତାର ପାଟି ଖୋଲ। ତା ପାଟିରୁ ତୁମ୍ଭେ ଚ଼ାରିଟି ରେ ୗପ୍ୟ ମୁଦ୍ରା ପାଇବ। ସେ ମୁଦ୍ରାଗୁଡ଼ିକୁ ଆଣି ମାେପାଇଁ ଓ ତୁମ୍ଭ ପାଇଁ ଟିକସ ଆଦାୟକାରୀଙ୍କୁ ଦଇଦେିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଆମ୍ଭେମାନେ ଯେପରି ସେମାନଙ୍କ ବିଘ୍ନର କାରଣ ନ ହେଉ, ଏଥିପାଇଁ ସମୁଦ୍ରକୁ ଯାଇ ବନଶି ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ, ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟ ମୁଦ୍ରା ପାଇବ; ତାହା ଘେନି ମୋʼ ପାଇଁ ଓ ତୁମ୍ଭ ପାଇଁ ସେମାନଙ୍କୁ ଦିଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଆମେ ଏବେ ସେମାନଙ୍କୁ ଅପମାନିତ କରିବାକୁ ଚାହୁଁନୁ। ତୁମେ ହ୍ରଦକୁ ଯାଇ ବନଶୀ ପକାଅ। ପ୍ରଥମେ ଯେଉଁ ମାଛଟି ପଡ଼ିବ, ତା’ ପାଟିରୁ ଗୋଟିଏ ମୁଦ୍ରା ପାଇବ। ତାହା ନେଇ ମୋ’ ପାଇଁ ଓ ତୁମ ପାଇଁ ଓ ତୁମ ପାଇଁ ମନ୍ଦିର-ଶୁଳକକ ଦେଇଦିଅ।”
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଏହି କରଆଦାୟକାରୀଙ୍କୁ ଆମ୍ଭେ କ୍ରୋଧିତ କରିବା ନାହିଁ। ତେଣୁ କର ଏହିଭଳି ଭାବରେ ଦେଇଦିଅ: ହ୍ରଦକୁ ଯାଅ। ତୁମ୍ଭର ମାଛ ଧର। ତୁମ୍ଭେ ଧରିଥିବା ପ୍ରଥମ ମାଛଟି ଆଣ, ତା’ର ପାଟି ଖୋଲ। ତା ପାଟିରୁ ତୁମ୍ଭେ ଗ୍ଭରୋଟି ରୌପ୍ୟ ମୁଦ୍ରା ପାଇବ। ସେ ମୁଦ୍ରାଗୁଡ଼ିକୁ ଆଣି ମୋ’ ପାଇଁ ଓ ତୁମ୍ଭ ପାଇଁ ଟିକସ ଆଦାୟକାରୀଙ୍କୁ ଦେଇଦିଅ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଆମ୍ଭେମାନେ ଯେପରି ସେମାନଙ୍କ ବିଘ୍ନର କାରଣ ନ ହେଉ, ଏଥିପାଇଁ ସମୁଦ୍ରକୁ ଯାଇ ବନଶି ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ, ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟ-ମୁଦ୍ରା ପାଇବ; ତାହା ନେଇ ମୋ ପାଇଁ ଓ ତୁମ୍ଭ ପାଇଁ ସେମାନଙ୍କୁ ଦିଅ।”
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଆମ୍ଭେମାନେ ଯେପରି ସେମାନଙ୍କ ବିଘ୍ନର କାରଣ ନ ହେଉ, ଏଥିପାଇଁ ସମୁଦ୍ରକୁ ଯାଇ ବନ୍‍ଶୀ କଣ୍ଟା ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ, ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟମୁଦ୍ରା ପାଇବ; ତାହା ନେଇ ମୋ ପାଇଁ ଓ ତୁମ୍ଭ ପାଇଁ ସେମାନଙ୍କୁ ଦିଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಅಮಿ ತೆಂಚೊ ಮನ್ ದುಕ್ವುತಲೊ ನಕ್ಕೊ. ತೆಚೆಸಾಟ್ನಿ ಸಮುಂದರಾಕ್ ಜಾ ಅನಿ ಗರಿ ಟಾಕ್ ಗರಿಕ್‍ಲಾಗಲ್ಲಿ ಪಯ್ಲಿಚಿ ಮಾಸೊಳಿ ಕಾಡ್. ತ್ಯಾ ಮಾಸೊಳಿಚ್ಯಾ ತೊಂಡಾತ್ ದೆವಾಚ್ಯಾ ಗುಡಿಚಿ ಅನಿ ಅಮ್ಚಿ ತೆರ್‍ಗಿ ಭರಿಸರ್ಕ್ಯಾ ಕಿಮ್ತಿಚೊ ಎಕ್ ಪೈಸೊ ಗಾವ್ತಾ. ತೊ ಘೆ ಅನಿ ತೆಂಕಾ ಅಮ್ಚಿ ತೆರ್‍ಗಿ ಮನುನ್ ದಿ.” ಮನುನ್ ಸಾಂಗಟ್ಲ್ಯಾನ್.