Matthew 18:17 — Compare Translations

7 translations compared side by side

Odia - 1840
"ଯଦି ସେ ଲୋକ ସମାନଙ୍କେ କଥା ମଧ୍ଯ ଶୁଣିବାକୁ ମନା କରିଦିଏ, ତବେେ ମଣ୍ଡଳୀଙ୍କୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନଶୁଣେ, ତବେେ ପରମେଶ୍ବରଙ୍କୁ ବିଶ୍ବାସ କରୁ ନଥିବା ଲୋକ କିମ୍ବା ଜଣେ କର ଆଦାୟକାରୀକୁ ଯଭେଳି ବ୍ଯବହାର କରାଯାଏ, ତାହାକୁ ସହେିଭଳି ବ୍ଯବହାର କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯଦି ସେ ସେମାନଙ୍କ କଥା ନ ମାନେ, ତେବେ ମଣ୍ତଳୀକି କୁହ, ଆଉ ଯଦି ସେ ମଣ୍ତଳୀ କଥା ମଧ୍ୟ ନ ମାନେ, ତେବେ ସେ ତୁମ୍ଭ ଦୃଷ୍ଟିରେ ବିଜାତୀୟ ଓ କରଗ୍ରାହୀ ପରି ହେଉ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେବେ ମଧ୍ୟ ଯଦି ସେ ତୁମ କଥାକୁ ଭ୍ରୁକ୍ଷେପ କରେ ନାହିଁ, ଏହି ବିଷୟ ଉପାସକ ମଣ୍ଡଳୀକୁ ଜଣାଇ ଦିଅ। ପରିଶେଷରେ ସେ ଯଦି ମଣ୍ଡଳୀ କଥା ମଧ୍ୟ ଶୁଣିବ ନାହିଁ, ତେବେ ତାକୁ ଜଣେ କରଆଦାୟକାରୀ ବା ଜଣେ ବିଜାତୀୟ ବୋଲି ମନେ କରି ତା’ ସହିତ ସମ୍ପର୍କ ତୁଟାଇ ଦିଅ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ସେ ଲୋକ ସେମାନଙ୍କ କଥା ମଧ୍ୟ ଶୁଣିବାକୁ ମନା କରିଦିଏ, ତେବେ ମଣ୍ଡଳୀକୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନ ଶୁଣେ, ତେବେ ପରମେଶ୍ୱରଙ୍କୁ ବିଶ୍ୱାସ କରୁ ନ ଥିବା ଲୋକ କିମ୍ବା ଜଣେ କରଆଦାୟକାରୀକୁ ଯେଭଳି ବ୍ୟବହାର କରାଯାଏ, ତାହାକୁ ସେହିଭଳି ବ୍ୟବହାର କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତଥାପି ଯଦି ସେ ସେମାନଙ୍କ କଥା ନ ମାନେ, ତେବେ ମଣ୍ଡଳୀକୁ କୁହ, ଓ ଯଦି ସେ ମଣ୍ଡଳୀ କଥା ମଧ୍ୟ ନ ମାନେ, ତେବେ ସେ ତୁମ୍ଭ ଦୃଷ୍ଟିରେ ଅଣଯିହୁଦୀ ଓ କରଗ୍ରାହୀ ପରି ହେଉ।
Odia IRV 2017 (ଓଡିଆ ବାଇବେଲ)
ତଥାପି ଯଦି ସେ ସେମାନଙ୍କ କଥା ନ ମାନେ, ତେବେ ମଣ୍ଡଳୀକୁ କୁହ, ଓ ସେ ମଣ୍ଡଳୀ କଥା ମଧ୍ୟ ନ ମାନେ, ତେବେ ସେ ତୁମ୍ଭ ଦୃଷ୍ଟିରେ ଅଣଯିହୂଦୀ ଓ କରଗ୍ରାହୀ ପରି ହେଉ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಕಾಬಿ ತೊ ಅಯ್ಕಿನಸ್ಲ್ಯಾರ್ ಹೊಲ್ಲೆ ಸಗ್ಳೆ ವಿಶಯ್, ತುಮ್ಚ್ಯಾ ದೆವಾಚ್ಯಾ ಲೊಕಾಂಚ್ಯಾ ತಾಂಡ್ಯಾತ್ಲ್ಯಾ ಸಗ್ಳ್ಯಾ ಲೊಕಾಕ್ನಿ ಸಾಂಗಾ. ಆಕ್ರಿಕ್ ತೊ ತುಮ್ಚ್ಯಾ ದೆವಾಚ್ಯಾ ಲೊಕಾಂಚ್ಯಾ ಸಗ್ಳ್ಯಾ ಲೊಕಾಕ್ನಿಬಿ ಅಯ್ಕಿನಸ್ಲ್ಯಾರ್, ಎಕ್ ತೆರ್‍ಗಿ ವಸುಲಿ ಕರ್‍ತಲೊ ಮಾನುಸ್, ನಾಹೊಲ್ಯಾರ್ ಎಕ್ ದೆವಾ ವರ್‍ತಿ ವಿಶ್ವಾಸ್ ಥೈ ನಸಲ್ಲೊ ಮಾನುಸ್ ಮನುನ್ ಯವ್ಜುನ್, ತೆಕಾ ಸೊಡುನ್ ಸೊಡಾ.