Matthew 19:12 — Compare Translations
7 translations compared side by side
Odia - 1840
"କେତକେ ଲୋକ କାହିଁକି ବିବାହ କରିପାରନ୍ତି ନାହିଁ, ତାର ବିଭିନ୍ନ କାରଣ ଅଛି। ମାତୃଗର୍ଭରୁ କେତକେ ଲୋକ ନଫୁସକ ହାଇେ ଜନ୍ମ ହାଇେଥାନ୍ତି। କେତକେ ଲୋକ ଅନ୍ୟମାନଙ୍କ ଦ୍ବାରା ପରବର୍ତ୍ତୀ ସମୟରେ ନଫୁସକ ରୋଇଯାଇଥାନ୍ତି। ଆଉ କେତକେ ଲୋକ ସ୍ବର୍ଗରାଜ୍ଯ ପାଇଁ ବିବାହ କରି ନଥାଆନ୍ତି। କିନ୍ତୁ ଯେଉଁ ଲୋକ ବିବାହ କରିପାରିବ, ସେ ବିବାହ ସମ୍ବନ୍ଧୀୟ ଏହି ଉପଦେଶ ଗ୍ରହଣ କରିବା ଉଚ଼ିତ "
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ କେହି କେହି ମାତାର ଗର୍ଭରୁ ନପୁଂସକ ହୋଇ ଜନ୍ମ ହୋଇଅଛନ୍ତି, ଆଉ କେହି କେହି ମନୁଷ୍ୟମାନଙ୍କ ଦ୍ଵାରା ନପୁଂସକ କରାଯାଇଅଛନ୍ତି, ପୁଣି ଆଉ କେହି କେହି ସ୍ଵର୍ଗରାଜ୍ୟ ସକାଶେ ଆପଣା ଆପଣାକୁ ନପୁଂସକ କରିଅଛନ୍ତି । ଯେଉଁ ଲୋକ ଗ୍ରହଣ କରି ପାରେ, ସେ ଗ୍ରହଣ କରୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ବିଭିନ୍ନ କାରଣରୁ ଲୋକେ ଅବିବାହିତ ହୋଇ ରହିଯାଆନ୍ତି। କେତେକ ଜନ୍ମରୁ ବିବାହ ପାଇଁ ଅନୁପଯୁକ୍ତ, କେତେକଙ୍କୁ ମନୁଷ୍ୟମାନେ ସେପରି କରିଛନ୍ତି, ପୁଣି କେତେକ ସ୍ୱର୍ଗରାଜ୍ୟ ପାଇଁ କାର୍ଯ୍ୟ କରିବାକୁ ଅବିବାହିତ ରହନ୍ତି। ଯେଉଁମାନେ ଏହି ଶିକ୍ଷାର ତାତ୍ପର୍ଯ୍ୟ ବୁଝି ପାରୁଛନ୍ତି, ସେମାନେ ତାହା ଗ୍ରହଣ କରନ୍ତୁ।”
Odia Bible ERV 2004 (ପବିତ୍ର ବାଇବଲ)
କେତେକ ଲୋକ କାହିଁକି ବିବାହ କରିପାରନ୍ତି ନାହିଁ, ତା’ର ବିଭିନ୍ନ କାରଣ ଅଛି। ମାତୃଗର୍ଭରୁ କେତେକ ଲୋକ ନପୁଂସକ ହୋଇ ଜନ୍ମ ହୋଇଥା’ନ୍ତି। କେତେକ ଲୋକ ଅନ୍ୟମାନଙ୍କ ଦ୍ୱାରା ପରବର୍ତ୍ତୀ ସମୟରେ ନପୁଂସକ ହୋଇଯାଇଥା’ନ୍ତି। ଆଉ କେତେକ ଲୋକ ସ୍ୱର୍ଗରାଜ୍ୟ ପାଇଁ ବିବାହ କରି ନ ଥା’ନ୍ତି। କିନ୍ତୁ ଯେଉଁ ଲୋକ ବିବାହ କରି ପାରିବ, ସେ ବିବାହ ସମ୍ବନ୍ଧୀୟ ଏହି ଉପଦେଶ ଗ୍ରହଣ କରିବା ଉଚିତ୍।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ କେହି କେହି ମାତାର ଗର୍ଭରୁ ନପୁଂସକ ହୋଇ ଜନ୍ମ ହୋଇଅଛନ୍ତି, ଆଉ କେହି କେହି ମନୁଷ୍ୟମାନଙ୍କ ଦ୍ୱାରା ନପୁଂସକ କରାଯାଇଅଛନ୍ତି, ପୁଣି, ଆଉ କେହି କେହି ସ୍ୱର୍ଗରାଜ୍ୟ ସକାଶେ ଆପଣା ଆପଣାକୁ ନପୁଂସକ କରିଅଛନ୍ତି। ଯେଉଁ ଲୋକ ଗ୍ରହଣ କରିପାରେ, ସେ ଗ୍ରହଣ କରୁ।”
Odia IRV 2017 (ଓଡିଆ ବାଇବେଲ)
କାରଣ କେହି କେହି ମାତାର ଗର୍ଭରୁ ନପୁଂସକ ହୋଇ ଜନ୍ମ ହୋଇଅଛନ୍ତି, ଆଉ କେହି କେହି ମନୁଷ୍ୟମାନଙ୍କ ଦ୍ୱାରା ନପୁଂସକ କରାଯାଇଅଛନ୍ତି, ପୁଣି, ଆଉ କେହି କେହି ସ୍ୱର୍ଗରାଜ୍ୟ ସକାଶେ ଆପଣା ଆପଣାକୁ ନପୁଂସକ କରିଅଛନ୍ତି । ଯେଉଁ ଲୋକ ଗ୍ରହଣ କରି ପାରେ, ସେ ଗ୍ରହଣ କରୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನುಸ್ ನಗಿನ್ ಹೊಯ್ನಸ್ತಾನಾ ರ್ಹಾವ್ಕ್ ದುಸ್ರೆ- ದುಸ್ರೆ ಕಾರನ್ ಹಾತ್. ಉಲ್ಲಿ ಲೊಕಾ, ಹಿಜ್ಡೆ ಹೊವ್ನ್ ಉಪಾಜ್ತಾತ್, ಅನಿ ಉಲ್ಲ್ಯಾಸ್ಯಾ ಲೊಕಾಕ್ನಿ ಮಾನ್ಸಾನಿ ಹಿಜ್ಡೆ ಕರುನ್ ಥವ್ಲ್ಯಾನಾತ್, ಅನಿ ಉಲ್ಲಿ ಲೊಕಾ ಸರ್ಗಾಚ್ಯಾ ರಾಜಾ ಸಾಟ್ನಿ ಹಿಜ್ಡೆ ಹೊವ್ನ್ ಹಾತ್. ಜೊ ಕೊನ್ ಹೆ ಶಿಕಾಪ್ ಮಾನುನ್ ಘೆವ್ಕ್ ತಯಾರ್ ಹಾಯ್ ತೊ ತೆ, ಮಾನುನ್ ಘೆಂವ್ದಿತ್.” ಮನುನ್ ಸಾಂಗ್ಲ್ಯಾನ್.