Matthew 19:21 — Compare Translations

7 translations compared side by side

Odia - 1840
"ଯୀଶୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହବୋକୁ ଚ଼ାହୁଛ, ତବେେ ଯାଅ ଏବଂ ତୁମ୍ଭ ପାଖ ରେ ଥିବା ସବୁ କିଛି ବିକି ସେ ଧନ ଗରୀବମାନଙ୍କୁ ବଣ୍ଟିଦିଅ। ତା' ହେଲେ ସ୍ବର୍ଗ ରେ ତୁମ୍ଭକୁ ଅମାପ ଧନ ମିଳି ପାରିବ। ତା'ପରେ ଆସ ଓ ମାରେ ଅନୁସରଣ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୀଶୁ ତାଙ୍କୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯାଇ ଆପଣାର ସର୍ବସ୍ଵ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ଵର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ତାକୁ ଉତ୍ତର ଦେଲେ, “ଯଦି ତୁମେ ସିଦ୍ଧ ହେବାକୁ ଚାହଁ, ଯାଅ, ତୁମର ସବୁ ସମ୍ପତ୍ତି ବିକି ଦେଇ ସେହି ଟଙ୍କା ଗରିବମାନଙ୍କୁ ଦାନ କରିଦିଅ। ତା’ହେଲେ ତୁମେ ସ୍ୱର୍ଗରେ ଧନ ଲାଭ କରିବ। ଏସବୁ କରିସାରି ମୋ’ ପଛେ ପଛେ ଆସ।”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ କହିଲେ, “ଯଦି ତୁମ୍ଭେ ସିଦ୍ଧ ହେବାକୁ ଗ୍ଭହୁଁଛ, ତେବେ ଯାଅ ଏବଂ ତୁମ୍ଭ ପାଖରେ ଥିବା ସବୁକିଛି ବିକି ସେ ଧନ ଗରିବମାନଙ୍କୁ ବାଣ୍ଟିଦିଅ। ତା’ହେଲେ ସ୍ୱର୍ଗରେ ତୁମ୍ଭକୁ ଅପାର ଧନ ମିଳି ପାରିବ। ତା’ପରେ ଆସ ଓ ମୋର ଅନୁସରଣ କର।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୀଶୁ ତାହାଙ୍କୁ କହିଲେ, “ଯଦି ତୁମ୍ଭେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର।”
Odia IRV 2017 (ଓଡିଆ ବାଇବେଲ)
ଯୀଶୁ ତାହାଙ୍କୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುನ್ ತೆಕಾ,“ತಿಯಾ ಸಗ್ಳೊ ಸಂಪುರ್ನ್ ಹೊವ್ಚೆ ಮಟ್ಲ್ಯಾರ್, ಜಾ ಅನಿ ತುಜೆ ಮನುನ್ ಕಾಯ್ ಹಾಯ್ ತೆ ಸಗ್ಳೆ ಇಕ್ ಅನಿ ಯೆಲ್ಲೆ ಪೈಸೆ ಗರಿಬಾಕ್ನಿ ದಿ. ಸರ್‍ಗಾ ವರ್‍ತಿ ತುಕಾ ಮೊಟಿ ಸಾವ್ಕಾರ್ಕಿ ತಯಾರ್ ರ್‍ಹಾತಾ. ಮಾನಾ ಯೆ ಅನಿ ಮಾಜ್ಯಾ ಫಾಟ್ನಾ ರ್‍ಹಾ.” ಮಟ್ಲ್ಯಾನ್.