Matthew 2:11 — Compare Translations
7 translations compared side by side
Odia - 1840
"ସମାନେେ ଘର ଭିତରକୁ ଗଲେ। ମା ମରିୟମଙ୍କ ପାଖ ରେ ପିଲାଟିକୁ ଦେଖିଲେ। ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାହାଙ୍କର ଉପାସନା କଲେ। ତା'ପରେ ସମାନେେ ଶିଶୁ ପାଇଁ ଆଣିଥିବା ଉପହାର ପଡେିଟି ଖାଲିେଲେ। ସମାନେେ ଶିଶୁକୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରୀୟମଙ୍କ ସଙ୍ଗରେ ଦେଖିଲେ ଓ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ, ପୁଣି ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନୀ ଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ସେହି ଗୃହ ଭିତରେ ପ୍ରବେଶ କଲେ ଏବଂ ଶିଶୁକୁ ମାତା ମରିୟଙ୍କ କୋଳରେ ଦେଖି ଜାନୁପାତପୂର୍ବକ ତାଙ୍କୁ ଆରାଧନା କଲେ ଓ ସଙ୍ଗରେ ଆଣିଥିବା ସୁବର୍ଣ୍ଣ, କୁନ୍ଦୁରୁ ଓ ସୁଗନ୍ଧ ରସ ବାହାର କରି ତାଙ୍କୁ ଉପହାର ଦେଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଘର ଭିତରକୁ ଗଲେ। ମା ମରିୟମଙ୍କ ପାଖରେ ପିଲାଟିକୁ ଦେଖିଲେ। ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାହାଙ୍କର ଉପାସନା କଲେ। ତା’ପରେ ସେମାନେ ଶିଶୁ ପାଇଁ ଆଣିଥିବା ଉପହାର ପେଡ଼ିଟି ଖୋଲିଲେ। ସେମାନେ ଶିଶୁକୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଘର ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରୀୟମଙ୍କ ସଙ୍ଗରେ ଦେଖି, ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଏବଂ ଆରାଧନା କଲେ, ପୁଣି, ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ, ଘର ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରିୟମଙ୍କ ସଙ୍ଗରେ ଦେଖି, ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ, ପୁଣି, ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ತ್ಯಾ ಘರಾತ್ ಗೆಲ್ಯಾನಿ ಅನಿ ತೆಚ್ಯಾ ಬಾಯ್ ಮರಿಕ್ಡೆ ಹೊತ್ತ್ಯಾ ಪೊರಾಕ್ ಬಗುನ್ ಡೊಗ್ಲಾ ಟೆಕುನ್ ತೆಕಾ ಮಾನ್ ಕರ್ಲ್ಯಾನಿ. ಮಾನಾ ಅಪ್ನಿ ಹಾನಲ್ಲೆ ಸೊನೆ, ಧುಪ್ ಅನಿ ರಗಾತ್ಬೊಳ್ ಕಾನಿಕ್ ಮನುನ್ ತ್ಯಾ ಪೊರಾಕ್ ದಿಲ್ಯಾನಿ.